ଭାଇରାଲ ହେଲା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଗୋଟିଏ ନୁହେଁ ଦୁଇ ଦୁଇଟି ଏଭଳି ମାମଲା ଆସିଛି। ଗୋଟିଏ ଖଣ୍ଡଗିରି ଅଞ୍ଚଳରୁ ଆସିଥିବାବେଳେ, ଆଉ ଗୋଟିଏ ଆସିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ। ସୋସିଆଲ ମିଡିଆରୁ ଫଟୋ ନେଇ କଦର୍ଥ କରି କ୍ୟାପସନ୍ ଲେଖାଯାଇଛି। ଏହାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ଯୁବତୀ। ଫଟୋରେ ଅଶ୍ଳୀଳ କ୍ୟାପସନ୍ ଲେଖି ପୋଷ୍ଟ କରିଥିବା ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି […]

viral-video-inbbsr

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 10:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଗୋଟିଏ ନୁହେଁ ଦୁଇ ଦୁଇଟି ଏଭଳି ମାମଲା ଆସିଛି। ଗୋଟିଏ ଖଣ୍ଡଗିରି ଅଞ୍ଚଳରୁ ଆସିଥିବାବେଳେ, ଆଉ ଗୋଟିଏ ଆସିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ। ସୋସିଆଲ ମିଡିଆରୁ ଫଟୋ ନେଇ କଦର୍ଥ କରି କ୍ୟାପସନ୍ ଲେଖାଯାଇଛି। ଏହାକୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ଯୁବତୀ। ଫଟୋରେ ଅଶ୍ଳୀଳ କ୍ୟାପସନ୍ ଲେଖି ପୋଷ୍ଟ କରିଥିବା ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟ ଏକ ମାମଲାରେ ଲକ୍ଷ୍ମୀସାଗର ପୋଲିସ ଅମିତ ଜୈସୱାଲକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ ମନା କରିବାରୁ ଫଟୋ ଭାଇରାଲ କରିଥିବା  ଅଭିଯୋଗ ହୋଇଛି। ପୋଲିସ ଝାଡ଼ଖଣ୍ଡରୁ ଅମିତକୁ ଗିରଫ କରିଛି।

Related story