ମେହେନ୍ଦି ଗାଢ଼ କରିବାକୁ ଚାହୁଁଛନ୍ତି? ଆପଣନ୍ତୁ ଏହି ଉପାୟ

ବାହାଘର ବେଳେ ସବୁ ଯୁବତୀ ଚାହାଁନ୍ତି ସେମାନଙ୍କ ମେହେନ୍ଦି ସବୁଠାରୁ ଗାଢ଼  ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ଯଦି ମେହେନ୍ଦି ଗାଢ଼ କରିବାକୁ ଚାହୁଁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦି କପିରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ବତାଇବୁ । ୧- ପ୍ରଥମେ ଆପଣଙ୍କ ହାତକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ। ଏହାପରେ ମେହେନ୍ଦି ଲଗାନ୍ତୁ। ୨-ଏକାଥରକେ ମହେନ୍ଦିଙ୍କୁ ଲଗାଇବା ଶେଷ କରନ୍ତୁ। […]

mehndi

mehndi

Rakesh Mallick
  • Published: Monday, 11 December 2017
  • Updated: 11 December 2017, 09:26 AM IST

Sports

Latest News

ବାହାଘର ବେଳେ ସବୁ ଯୁବତୀ ଚାହାଁନ୍ତି ସେମାନଙ୍କ ମେହେନ୍ଦି ସବୁଠାରୁ ଗାଢ଼  ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ଯଦି ମେହେନ୍ଦି ଗାଢ଼ କରିବାକୁ ଚାହୁଁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦି କପିରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ବତାଇବୁ ।

୧- ପ୍ରଥମେ ଆପଣଙ୍କ ହାତକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ। ଏହାପରେ ମେହେନ୍ଦି ଲଗାନ୍ତୁ।

୨-ଏକାଥରକେ ମହେନ୍ଦିଙ୍କୁ ଲଗାଇବା ଶେଷ କରନ୍ତୁ। ମେହେନ୍ଦି ଲାଗାଇବା ସମୟରେ ବାରମ୍ୱାର ଉଠନ୍ତୁ ନାହିଁ। ମେହେନ୍ଦି ଲଗାଇବା ପରେ ପ୍ରାୟ ୫ ଘଣ୍ଟା ହାତରେ ରଖନ୍ତୁ। ଅଳ୍ପ ସମୟ ଭିତରେ ମହେନ୍ଦିଙ୍କୁ ବାହାର କରନ୍ତୁ ନାହିଁ।

୩- ମେହେନ୍ଦି ଶୁଖିଲା ପରେ ହାତରେ ଲେମ୍ୱୁ ଓ ଚିନି ପାଣି ଲଗାଇ ରଖନ୍ତୁ। ଏହାସହିତ ଥରେ କିମ୍ୱା ଦୁଇ ଥର ସୋରିଷ ତେଲ ଲଗାନ୍ତୁ।

୪- ଲବଙ୍ଗ ସେକ ଦ୍ୱାରା ମେହେନ୍ଦିକୁ ମଧ୍ୟ ଗାଢ଼ କରିପାରିବେ। ତେଣୁ ରୁଟି ପ୍ରସ୍ତୁତି ହେଉଥିବା ତାୱାରେ ଦୁଇରୁ ତିନୋଟି ଲବଙ୍ଗ ପକାଇ ହାତକୁ ପାଖକୁ ନେଇ ସେକନ୍ତୁ। ଏହାଦ୍ୱାରା ଆପଣ ଥଣ୍ଡା ହାତ ଗରମ ହେବା ସହ ମେହେନ୍ଦି ଗାଢ଼ ହୋଇଥାଏ।

୫-ମେହେନ୍ଦିକୁ ଗାଢ଼ କରିବାର ସବୁଠାରୁ ଭଲ ଉପାୟ ହେଉଛି ହାତକୁ ଗରମ ରଖନ୍ତୁ। ହାତକୁ ଯେତେ ଗରମ ରଖିବେ ଆପଣ ମେହେନ୍ଦି ସେତିକି ଗାଢ଼ ହେବ।

୬- ମେହେନ୍ଦିକୁ ପାଣିରେ ଲିଭାନ୍ତୁ ନାହିଁ।  ୧୨ ଘଣ୍ଟା ଯାଏଁ ହାତକୁ ସାବୁନ ଓ ସୋଢ଼ା ପାଖରୁ ଦୂରେଇ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos