୯୯ ବାତ୍ୟା ପରେ ପୁଣି ଫେରିଲେ ବାଇଚଢ଼େଇ, ଖୁସିରେ ଆତ୍ମହରା ପରିବେଶବିତ୍

ପୁରୀ(ଓଡ଼ିଶା ରିପୋର୍ଟର): ୧୯୯୯ ମହାବାତ୍ୟା ପରେ ପୁରୀ ଜିଲ୍ଲା ଉପକୂଳରେ ବାଇଚଢ଼େଇ ନିଶ୍ଚିହ୍ନ ହୋଇ ଯାଇଥିଲା।  ଏବେ ପୁଣି  ଫେରିଛି। ପୂର୍ବପରି ଶହ ଶହ ସଂଖ୍ୟାରେ ବାଇଚଢ଼େଇଙ୍କ ଆବିର୍ଭାବ ଯୋଗୁଁ ଉପକୂଳ ଅଞ୍ଚଳର ପ୍ରାକୃତିକ ଶୋଭାରାଜିକୁ ଦ୍ୱିଗୁଣିତ କରିଛି। ଦୀର୍ଘ ବର୍ଷ ବ୍ୟବଧାନ ପରେ ଗାଁ ପାଖରେ ବାଇଚଢ଼େଇଙ୍କୁ ଦେଖି ଲୋକେ ବି ଖୁବ ଖୁସି। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ଅବହେଳା କରୁ ନାହାନ୍ତି ପାଖ ଅଞ୍ଚଳବାସୀ।

କିଚିରି ମିଚିରି ଶବ୍ଦରେ କମ୍ପୁଛି ସାରା ପରିବେଶ। ଯୁଆଡ଼େ ଦେଖ ସେ ଆଡ଼େ ଝୁଲି ରହିଛି ବାଇଚଢ଼େଇ ବସା। ପବନରେ ଦୋଳାୟମାନ ଏହି ବାଇଚଢ଼େଇ ବସା  ଦେଖେଣାହାରୀଙ୍କୁ ଆନମନା କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଉପକୂଳରେ।

ଅସ୍ତରଙ୍ଗ,କାକଟପୁର,କୋଣାର୍କ ଅଞ୍ଚଳରେ ଏବେ ଦେଖିବାକୁ ମିଳୁଛି ଶହ ଶହ ବାଇଚଢ଼େଇଙ୍କୁ। ବଡ଼ ବଡ଼ ତାଳ ଗଛରେ ଶହ ଶହ ସଂଖ୍ୟାରେ ବାଇଚଢ଼େଇ ବସା ଝୁଲି ରହିଛି। ୧୯୯୯ ମହାବାତ୍ୟା ପରେ ପୁରୀ ଉପକୂଳରେ ନିଶ୍ଚିହ୍ନ ହୋଇଯାଇଥିଲେ ବାଇଚଢ଼େଇ। ଏବେ ପୁଣି ଏହି ପକ୍ଷୀଙ୍କର ଆବିର୍ଭାବ ପୂର୍ବପରି ଏହି ଅଞ୍ଚଳର ପ୍ରାକୃତିକ ଶୋଭାରାଜିକୁ ଦ୍ୱିଗୁଣିତ କରୁଛି।

୨୦୧୬ ମସିହାରେ ବମ୍ବେ ନାଚୁରାଲ ହିଷ୍ଟୋରୀ ସୋସାଇଟି ପକ୍ଷରୁ ହୋଇଥିବା ଗଣନା ଅନୁସାରେ ଭାରତରେ ୬୩୫୪ ବାଇଚଢ଼େଇ ଏବଂ ୩୪୦୧ଟି ବାଇଚଢ଼େଇ ବସା ରହିଥିଲା। ତନ୍ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୩୨୬୦ ବାଇଚଢ଼େଇ ଓ ୧୩୬୫ ବସା ରହିଥିଲା। ତେବେ ଚଳିତ ପ୍ରଜନନ ଋତୁରେ ପୁରୀ ଜିଲ୍ଲା ଉପକୂଳରେ ଦେଖାଯାଉଥିବା ବାଇଚଢ଼େଇଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରିଛି। ପ୍ରଚୁର ଖାଦ୍ୟ ଓ ସନ୍ତୁଳିତ ପରିବେଶ କାରଣରୁ ଏ ଅଞ୍ଚଳରେ ବହୁ  ପରିମାଣରେ ବାଇଚଢ଼େଇ ଦେଖିବାକୁ ମିଳିଥିବା କହିଛନ୍ତି ପରିବେଶବିତ୍।

ତେବେ ଦୀର୍ଘ ଦିନ ପରେ ଗାଁ ପାଖରେ ବାଇଚଢ଼େଇଙ୍କୁ ଦେଖିବାକୁ ମିଳୁଥିବାରୁ ଏହି  ପକ୍ଷୀମାନଙ୍କୁ ଅଂଚଳବାସୀ ସୁରକ୍ଷା ଦେବାରେ କୌଣସି ଅବହେଳା କରୁନାହାନ୍ତି।

Ordigital Desk
• Published: Saturday, 09 September 2017
• Updated: 09 September 2017, 08:54 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos