‘ନଜର ଦୋଷ’ କ’ଣ ? ଥରେ ଲାଗିଗଲେ ସମସ୍ୟା ହିଁ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁନିଆରେ ତିନି ପ୍ରକାର ଊର୍ଜା ରହିଛି। ସକାରାତ୍ମକ, ନକାରାତ୍ମକ ଓ ସାଧାରଣ। ଏହି ଊର୍ଜା ଆମ ଭାବନା, ବ୍ୟବହାର, ଅଭ୍ୟାସ ଓ କଥାରୁ ସୃଷ୍ଟି ହୋଇଥାଏ। ଆମ ଶରୀର ଓ ଘରେ ସାଧାରଣତଃ ସକାରାତ୍ମକ ଊର୍ଜା ରହିଥାଏ। ଯେତେବେଳେ କାହାର ଭାବନା, ବ୍ୟବହାର ଓ ସମ୍ପର୍କରୁ ଆମ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ସେତେବେଳେ ଏହାକୁ ‘ନଜର ଦୋଷ’ କିମ୍ବା ନଜର ଲାଗିବା କହିଥାନ୍ତି। ନଜର ଲାଗିଲେ ଆମ ସ୍ୱାସ୍ଥ୍ୟ, ଭାବନା ଓ […]

najar lagiba

najar lagiba

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 07:52 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁନିଆରେ ତିନି ପ୍ରକାର ଊର୍ଜା ରହିଛି। ସକାରାତ୍ମକ, ନକାରାତ୍ମକ ଓ ସାଧାରଣ। ଏହି ଊର୍ଜା ଆମ ଭାବନା, ବ୍ୟବହାର, ଅଭ୍ୟାସ ଓ କଥାରୁ ସୃଷ୍ଟି ହୋଇଥାଏ। ଆମ ଶରୀର ଓ ଘରେ ସାଧାରଣତଃ ସକାରାତ୍ମକ ଊର୍ଜା ରହିଥାଏ। ଯେତେବେଳେ କାହାର ଭାବନା, ବ୍ୟବହାର ଓ ସମ୍ପର୍କରୁ ଆମ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ସେତେବେଳେ ଏହାକୁ ‘ନଜର ଦୋଷ’ କିମ୍ବା ନଜର ଲାଗିବା କହିଥାନ୍ତି। ନଜର ଲାଗିଲେ ଆମ ସ୍ୱାସ୍ଥ୍ୟ, ଭାବନା ଓ ପ୍ରଗତୀ ଉପରେ କିଛି ସମୟ ପାଇଁ ପ୍ରଭାବ ପଡ଼ିଥାଏ। ଏହି ପ୍ରଭାବ ଶୀଘ୍ର ପଡ଼ିଥାଏ ଓ ବିନା କାରଣରେ ହଠାତ ସବୁ ଠପ୍‌ ହୋଇଯିବା ପରି ଲାଗିଥାଏ। ଆସନ୍ତୁ ଜାଣିବା ଘରେ, ବ୍ୟବସାୟରେ, ଚାକିରିରେ ଓ ନିଜ ଉପରେ ନଜର ପଡ଼ିଲେ କ’ଣ ହୋଇଥାଏ।

ଘର ଉପରେ ନଜରର ପ୍ରଭାବ

୧. ଘରେ ନଜର ଦୋଷ ଥିଲେ ବିନା କାରଣରେ ଘରେ ରହିବାକୁ ବିରକ୍ତି ଲାଗିଥାଏ।

୨.  ଘରେ ଅଯଥାରେ ଅଶାନ୍ତି ସୃଷ୍ଟି ହୋଇଥାଏ।

୩. ପରିବାରର କେହି ନା କେହି ସଦସ୍ୟ ବେମାର ପଡ଼ି ଅର୍ଥ ଖର୍ଚ୍ଚ ହୋଇଥାଏ।

୪. ଚାକିରି ହେଉ କି ବ୍ୟବସାୟ ବାରମ୍ବାର ଉତ୍ଥାନ ପତନ ଦେଖାଦେଇଥାଏ।

ଉପାୟ

୧. ଘରେ ବିନା କାରଣରେ ଆବର୍ଜନା ରଖନ୍ତୁ ନାହିଁ।

୨. ଘରେ ଠାକୁରଙ୍କ ପାଖରେ ପ୍ରତିଦିନ ସନ୍ଧ୍ୟାରେ ଦୀପ ଜାଳନ୍ତୁ।

୩. ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଘରେ ଗୋଲାପ କିମ୍ବା ଚନ୍ଦନର ଧୂପକାଠି ଜଳାନ୍ତୁ।

୪. ସବୁ କବାଟ ଉପରେ ଲାଲ ରଙ୍ଗରେ ସ୍ୱସ୍ତିକ ଚିହ୍ନ ରଖନ୍ତୁ।

୫. ସପ୍ତାହରେ ଥରେ ଘରେ ଭଜନ, କୀର୍ତ୍ତନ କିମ୍ବା କୌଣସି ଧାର୍ମିକ ପାଠ କରନ୍ତୁ।

 ଚାକିରି କିମ୍ବା ବ୍ୟବସାୟରେ ନଜର ଲାଗିବା

୧. ନଜର ଦୋଷ ଯୋଗୁଁ ଚାକିରିରେ ସମସ୍ୟା ଦେଖା ଦେଇଥାଏ। ଚାକିରି ମିଳୁ ମିଳୁ ହାତରୁ ଚାଲିଯାଇଥାଏ। ବହୁଦ ଦିନ ପର୍ଯ୍ୟନ୍ତ ବେକାର ରହିବାକୁ ପଡ଼ିପାରେ।

୨. ବ୍ୟବସାୟରେ ନଜର ଦୋଷ ଯୋଗୁଁ କାମ ଏକ ପ୍ରକାର ଠପ୍‌ ହୋଇଯାଇଥାଏ। ଏମିତି ଲାଗେ ଯେ, ବିନା କାରଣରେ ବ୍ୟବସାୟ ବନ୍ଦ ହୋଇଯିବ। ଖଟାଇ ଥିବା ଧନ ବିଭିନ୍ନ ମାଧ୍ୟମରେ ଅଟକି ରହିଥାଏ। ଯେତେ ଚେଷ୍ଟା କଲେ ବି ହାତକୁ ଆସି ନଥାଏ।

ବ୍ୟକ୍ତିଙ୍କ ଉପରେ ନଜର ଲାଗିବା

୧. କୌଣସି ଲୋକ ଉପରେ ନଜର ଲାଗିଲେ, ବିନା କାରଣରେ ରୋଗ ମାଡ଼ି ବସେ।

୨. ବିନା କାରଣରେ ଅଶାନ୍ତି ଦେଖାଦିଏ ଓ ମନ ଭଲ ରହି ନଥାଏ।

୩. କେବେ କେବେ ନଜର ପ୍ରଭାବରେ ବ୍ୟକ୍ତି ନିଜ ସମ୍ପର୍କ ଓ ଦ୍ରବ୍ୟକୁ ଖରାପ କରିଦେଇଥାଏ।

ଉପାୟ

୧. ଯଦି ଏମିତି ହୋଇଥିବ ତେବେ ବାଳ କାଟି ଆସନ୍ତୁ କିମ୍ବା ଦାଢ଼ି ବନାଇ ନିଅନ୍ତୁ। ଏହାପରେ ଗାଧୋଇ ପଡ଼ନ୍ତୁ।

୨. ନାଲି ଲଙ୍କାର ଗୋଟେ ଦୁଇଟି ମଞ୍ଜି ଚୋବାଇ ଦିଅନ୍ତୁ।

୩. ନଜର ଦୋଷରୁ ବଞ୍ଚିବାକୁ ଚାହୁଁଥିଲେ ଚନ୍ଦନର ଅତର ବ୍ୟବହାର କରନ୍ତୁ।

୪. ଘରୁ ବାହାରକୁ ଯିବା ବେଳେ ଗୁଡ଼ ଖାଇ ଯାଆନ୍ତୁ। ଏହାଦ୍ୱାରା ବାହାରେ କାହାର ନଜର ଆପଣଙ୍କ ଉପରେ ପଡିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos