ବିମାନରେ ଏକ କିଲୋମିଟର ପାଇଁ କେତେ ଇନ୍ଧନ ଖର୍ଚ୍ଚ ହୁଏ? 

ଆଜିକାଲି ବିମାନ ଯାତ୍ରା ଏତେ ଶସ୍ତା ହୋଇଗଲାଣି ଯେ, ସାଧାରଣ ଲୋକ ବି ଏବେ ଟ୍ରେନରେ ଯିବାକୁ ପସନ୍ଦ କରୁନାହାଁନ୍ତି । ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌ରେ ବସିବା ବଦଳରେ ବିମାନ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ତଥାପି ଅନେକ ଲୋକଙ୍କ ପାଇଁ ଆଜି ବି ବିମାନ ଯାତ୍ରା କରିବା ଏକ ସ୍ୱପ୍ନ ହୋଇ ରହିଛି। ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିମାନକୁ ପାଖରୁ କେବେ ଦେଖି ବି ନଥିବେ। ସେହିପରି କିଛି ଏପରି […]

plain.jpg2

plain.jpg2

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 12:28 PM IST

Sports

Latest News

ଆଜିକାଲି ବିମାନ ଯାତ୍ରା ଏତେ ଶସ୍ତା ହୋଇଗଲାଣି ଯେ, ସାଧାରଣ ଲୋକ ବି ଏବେ ଟ୍ରେନରେ ଯିବାକୁ ପସନ୍ଦ କରୁନାହାଁନ୍ତି । ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌ରେ ବସିବା ବଦଳରେ ବିମାନ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ତଥାପି ଅନେକ ଲୋକଙ୍କ ପାଇଁ ଆଜି ବି ବିମାନ ଯାତ୍ରା କରିବା ଏକ ସ୍ୱପ୍ନ ହୋଇ ରହିଛି। ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିମାନକୁ ପାଖରୁ କେବେ ଦେଖି ବି ନଥିବେ।

ସେହିପରି କିଛି ଏପରି ମଧ୍ୟ ଲୋକ ଥିବେ ଯେଉଁମାନେ ବିମାନରେ ଯାତ୍ରା କରିଥିବେ, ହେଲେ ବିମାନ ବିଷୟରେ କିଛି ଜାଣି ନଥିବେ। ଆପଣଙ୍କ ମନରେ ବି କେବେ ନା କେବେ ପ୍ରଶ୍ନ ଆସିଥିବ ଯେ, ଏତେ ବଡ଼ ଯାନରେ କେତେ ଇନ୍ଧନ ଖର୍ଚ୍ଚ ହେଉଥିବ? କିଛି ଲୋକ ହୁଏତ ଏହା ଜାଣିବାକୁ ଚାହୁଁଥିବେ ଯେ ୧ ଲିଟର ଇନ୍ଧନରେ ବିମାନ କେତେ ମାଇଲେଜ ଦେଇଥାଏ? ତେବେ ଆସନ୍ତୁ ଆପଣଙ୍କ ମନରେ କେବେ କେବେ ଉଠୁଥିବା ଏମିତି କିଛି ପ୍ରଶ୍ନର ଉତ୍ତର ଜାଣିବା।

ପ୍ରତି ସେକେଣ୍ଡରେ ୪ ଲିଟର ଇନ୍ଧନ ଖର୍ଚ୍ଚ ହୁଏ

ବୋଇଂ ୭୪୭ ପରି ବିମାନରେ ସେକେଣ୍ଡ ପିଛା ୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ। ୧୦ ଘଣ୍ଟା ଯାତ୍ରା ପାଇଁ ଏହି ବିମାନରେ ପାଖାପାଖି ୧୫୦,୦୦୦ ଲିଟର ପର୍ଯ୍ୟନ୍ତ ଇନ୍ଧନ ଖର୍ଚ୍ଚ ହୋଇଥାଏ। ବୋଇଂର ୱେବସାଇଟ୍‌ ଅନୁଯାୟୀ ବୋଇଂ ୭୪୭ରେ କିଲୋମିଟର ପିଛା ୧୨ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ। ଏହି ବିମାନ ଥରକରେ ୫୦୦ ଲୋକଙ୍କୁ ନେଇ ଯାତ୍ରା କରିଥାଏ। ଏହା ଘଣ୍ଟା ପ୍ରତି ୯୦୦ କିଲୋମିଟର ବେଗରେ ଉଡ଼ିଥାଏ।

ଇନ୍ଧନ ବଞ୍ଚାଇବାର ଉପାୟ

ବିମାନ ଉଡ଼ିବା ସମୟରେ ଇନ୍ଧନ ବଞ୍ଚାଇବା ପାଇଁ ବେଳେବେଳେ ଅନେକ ଉପାୟ କରାଯାଏ।  ଏହା ମଧ୍ୟରେ ସବୁଠୁ ଭଲ ଉପାୟ ହେଉଛି, ‘ଡାଇରେକ୍ଟ ରୁଟିଂ’। ଅର୍ଥାତ୍ ବିମାନକୁ ସିଧା ରାସ୍ତାରେ ନେଇଯିବା। ଏହାଦ୍ୱାରା ଇନ୍ଧନ କମ୍‌ ଖର୍ଚ୍ଚ ହୋଇଥାଏ। ଏହାବ୍ୟତୀତ ଇନ୍ଧନ ଖର୍ଚ୍ଚକୁ ରୋକିବା ପାଇଁ ବିମାନକୁ ଏକ ନିର୍ଦ୍ଧିଷ୍ଟ ବେଗରେ ଉଡ଼ାଯାଏ। ଯାହାଦ୍ୱାରା ଇନ୍ଧନ କମ୍‌ ଖର୍ଚ୍ଚ ହୁଏ। ଇନ୍ଧନ ଖର୍ଚ୍ଚରେ ବିମାନର ଓଜନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁ ବିମାନର ଓଜନ ଯେତେ କମ୍‌ ରହିବ ସେହି ବିମାନରେ ସେତେ କମ୍‌ ଇନ୍ଧନ ଖର୍ଚ୍ଚ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos