ସ୍ୱପ୍ନରେ କାହାକୁ ଦେଖିଲେ ଆପଣ ଧନୀ ହେବେ

ଆମେ ସମସ୍ତେ ସ୍ୱପ୍ନ ଦେଖୁ। ସ୍ୱଭାବତ‍ଃ ମଣିଷ ହେଉଛି ସ୍ୱପ୍ନବିଳାସୀ। କାରଣ ଏହା ମଣିଷର ଏକ ସହଜାତ ପ୍ରବୃତ୍ତି। ଏହି ସ୍ୱପ୍ନରେ ମଧ୍ୟ ଭଲ ମନ୍ଦ ରହିଛି। ସବୁ ବେଳେ ଆମେ ଭଲସ୍ୱପ୍ନ ଦେଖିପାରୁନା। ବେଳେ ବେଳେ ଆମେ ଦୁଃସ୍ୱପ୍ନ ଦେଖୁ । ଆମ ଭବିଷ୍ୟତ ସହିତ ଏହି ସ୍ୱପ୍ନ ଜଡ଼ିତ ଥାଏ। ରାତିର ଶୋଇଗଲା ପରେ ଏମିତି କେତେ କଣ ଆସି ଆମ ସାମ୍ନାରେ ଉଦ୍‌ଭାଷିତ ହୋଇଥାଏ।ଟଙ୍କା, ପଇସା, ସମ୍ପତ୍ତି, ମାନ, ସମ୍ମାନ ଏବଂ ଘର […]

dream

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 07:32 AM IST

ଆମେ ସମସ୍ତେ ସ୍ୱପ୍ନ ଦେଖୁ। ସ୍ୱଭାବତ‍ଃ ମଣିଷ ହେଉଛି ସ୍ୱପ୍ନବିଳାସୀ। କାରଣ ଏହା ମଣିଷର ଏକ ସହଜାତ ପ୍ରବୃତ୍ତି। ଏହି ସ୍ୱପ୍ନରେ ମଧ୍ୟ ଭଲ ମନ୍ଦ ରହିଛି। ସବୁ ବେଳେ ଆମେ ଭଲସ୍ୱପ୍ନ ଦେଖିପାରୁନା। ବେଳେ ବେଳେ ଆମେ ଦୁଃସ୍ୱପ୍ନ ଦେଖୁ । ଆମ ଭବିଷ୍ୟତ ସହିତ ଏହି ସ୍ୱପ୍ନ ଜଡ଼ିତ ଥାଏ। ରାତିର ଶୋଇଗଲା ପରେ ଏମିତି କେତେ କଣ ଆସି ଆମ ସାମ୍ନାରେ ଉଦ୍‌ଭାଷିତ ହୋଇଥାଏ।ଟଙ୍କା, ପଇସା, ସମ୍ପତ୍ତି, ମାନ, ସମ୍ମାନ ଏବଂ ଘର ସଂସାରକୁ ନେଇ ଆମେ ସ୍ୱପ୍ନ ଦେଖିଥାଉ। ତେବେ ସେଥିରେ ଏମିତି କିଛି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଧନୀ ହେବାର ସଙ୍କେତ ବହନ କରେ। ତେବେ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ଗୁଡ଼ିକ କଣ କଣ।

୧-ଯଦି ଆପଣ ସୂର୍ଯ୍ୟଙ୍କ ଭଳି ସ୍ୱପ୍ନରେ ଚନ୍ଦ୍ରକୁ ଦେଖୁଛନ୍ତି, ତା’ହେଲେ ଏହା ଧନୀ କରାଇବାରେ ସଙ୍କେତ ଦିଏ। ଆପଣ ଜାଣିବେ ଖୁବ୍‌ଶୀଘ୍ର ଧନୀ ହେବାକୁ ଯାଉଛନ୍ତି।

୨-ଧନ, ସମ୍ପତ୍ତିର ପ୍ରତୀକ ହେଉଛନ୍ତି ମା ଲକ୍ଷ୍ମୀ। ଯଦି ଆପଣ ସ୍ୱପ୍ନରେ ମା ଲକ୍ଷ୍ମୀଙ୍କୁ ଦେଖୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ।

୩-ଶନି ହେଉଛନ୍ତି ସବୁ ନକରାତ୍ମକ ଶକ୍ତିର କାରକ। ଯଦି ଆପଣ ଶନିଦେବତାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ନିଶ୍ଚିତ ଆପଣଙ୍କ ଭଗ୍ୟ ଉଜ୍ଜ୍ୱଳ ହୋଇପାରେ।

୪-ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି, ତା’ହେଲେ ଖୁବ୍‌ ଶୀଘ୍ର ଆପଣଙ୍କୁ ଟଙ୍କା ମିଳିବାର ଯୋଗ ରହିଥିବା ଧରି ନେବେ।

୫- ଯଦି ଆପଣ ନିଜର ଚୁଟି ଉପୁଡ଼ୁଥିବା ସ୍ୱପ୍ନରେ ଦେଖୁଛନ୍ତି ତା’ହେଲେ ମା’ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର ହେବାକୁ ଯାଉଛି ବୋଲି ଜାଣି ନିଅନ୍ତୁ ।

୬-ଯଦି ପୁରୁଷମାନେ ଅପ୍ସରା ଭଳି ସୁନ୍ଦରୀ ସ୍ତ୍ରୀ ଲୋକମାନଙ୍କୁ ସ୍ୱପ୍ନରେ ଦେଖନ୍ତି,  ତେବେ ସେମାନେ କେବେ ବି ଆର୍ଥିକ ସମସ୍ୟା ଭୋଗିବେନି।

Related story