ପୋଲିସର ଡବଲ ରୋଲ ! ପରୀ ପାଇଁ ଇଏ କେମିତିକା ଆନ୍ତରିକତା ?

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଂଚଳରେ ଘୁରି ବୁଲୁଛି ପରୀ ରଥ। ସ୍ଲୋଗାନ, ଶୋଭାଯାତ୍ରା, ସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଏସବୁର ଆୟୋଜନ କରୁଛି ଖୋଦ ଜିଲ୍ଲା ପୋଲିସ । ଶିଶୁ କନ୍ୟା ଓ ନାବାଳିକାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଯାଉଛି।  ଏପରି କି  କାମ ନକରିବା ପାଇଁ ଶପଥ ପାଠ ମଧ୍ୟ କରାଯାଉଛି । ବାସ୍ତବ ଚିତ୍ର କିନ୍ତୁ ଓଲଟା।  ଖୋଦ ପୋଲିସ ହିଁ ଅପରାଧୀଙ୍କୁ ସୁରକ୍ଷା […]

Pari-28

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 03:03 PM IST

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଂଚଳରେ ଘୁରି ବୁଲୁଛି ପରୀ ରଥ। ସ୍ଲୋଗାନ, ଶୋଭାଯାତ୍ରା, ସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଏସବୁର ଆୟୋଜନ କରୁଛି ଖୋଦ ଜିଲ୍ଲା ପୋଲିସ । ଶିଶୁ କନ୍ୟା ଓ ନାବାଳିକାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଯାଉଛି।  ଏପରି କି  କାମ ନକରିବା ପାଇଁ ଶପଥ ପାଠ ମଧ୍ୟ କରାଯାଉଛି । ବାସ୍ତବ ଚିତ୍ର କିନ୍ତୁ ଓଲଟା।  ଖୋଦ ପୋଲିସ ହିଁ ଅପରାଧୀଙ୍କୁ ସୁରକ୍ଷା ଦେଉଛି। ନାବାଳିକା ପ୍ରତି ହେଉଥିବା ନିର୍ଯାତନା ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ପୋଲିସ ଶୁଣୁ ନାହିଁ କି ମାମଲା ରୁଜୁ କରୁ ନାହିଁ। ଏମିତି ଅଭିଯୋଗ ବଲାଙ୍ଗିର ପୋଲିସ ନାଁରେ ହିଁ ଆସିଛି। ତେବେ ଆସନ୍ତୁ ନଜର ପକାଇବା ସେମିତି କିଛି ଘଟଣା ଉପରେ।

ତୁଷୁରା ଥାନା ଡୁଙ୍ଗିବାହାଲ ଗାଁ ଜାନକୀ ଦାସ । ଗତ ଦେଢ ବର୍ଷ ତଳେ ତାଙ୍କର ନାବାଳିକା ପାଳିତା ଝିଅ ପୁଷ୍ପାକୁ କେହି ଜଣେ ଅପହରଣ କରିନେଲା।  ଅନେକ ଖୋଜାଖୋଜି ପରେ ନାବାଳିକାକୁ କଳାହାଣ୍ଡି ଜିଲ୍ଳରେ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି।  ଏ ନେଇ ତୁଷୁରା ଥାନାରେ ଅଭିଯୋଗ ମଧ୍ୟ କଲେ ।  ଶେଷରେ ସିଡବ୍ଲ୍ୟୁସିର ଦ୍ୱାରସ୍ଥ ହେଲେ। ତଥାପି ସିଡବ୍ଲ୍ୟୁସି ର ନିଦ୍ଦେଶ ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ  ।

ଅନ୍ୟପଟେ ବାରମ୍ବାର ଏସ୍.ପିଙ୍କ ଅଫିସକୁ ଦଉଡି ଦଉଡି ନିରାଶ ହେଲେଣି ପରିବାର ଲୋକେ। କିନ୍ତୁ ଝିଅର ଠିକଣା ଆଜି ପର୍ଯ୍ୟନ୍ତ ପାଇଲେନି। ସେହିପରି ଆଉ ଏକ ଘଟଣା ହେଉଛି  ତୁଷୁରା ଥାନା ଅଞ୍ଚଳର। ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏସ୍‌ପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେପଟେ ଏଭଳି ଅଭିଯୋଗର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। କେବଳ ଏହି ଗୋଟିଏ ଦୁଇଟି ଘଟଣା ନୁହଁ। ବଲାଙ୍ଗିର ଜିଲ୍ଳାରେ ଏମିତି ଅନେକ ଛୋଟ ଛୋଟ ପରୀ ଅଛନ୍ତି ଯେଉଁମାନେ ବିପଦରେ ରହୁଛନ୍ତି।

ଗତ କିଛି ଦିନ ତଳେ ବଲାଙ୍ଗିର ରେଲୱେ ଷ୍ଟେସନର ପାଇଖାନା ଭିତରୁ ଦୁଇଟି ଦୁଇ ମାସର ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ସତ୍ୟନାରାୟଣ ପଡାର ଲକ୍ଷ୍ମୀଜୋର ନାଳ ଭିତରୁ ଜଣେ ନବଜାତ ଶିଶୁ କନ୍ୟାର ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ। ପୋଲିସ ପରୀ ରଥ ମାଧ୍ୟମରେ ଚାରିଆଡେ ସଚେତନତା କାର୍ଯ୍ୟକ୍ରମ କରୁଛି। କିନ୍ତୁ ପୋଲିସ ନାଁରେ ହିଁ ସାଂଘାତିକ୍‌ ଅଭିଯୋଗ ଆସିଛି । ଏମିତି ଅଭିଯୋଗ ଆଣିଛନ୍ତି ଶିଶୁ କଳ୍ୟାଣ କମିଟି ଅଧ୍ୟକ୍ଷ ।

ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଥାନାରେ ନାବାଳିକାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଅଭିଯୋଗ କରାଗଲେ ମଧ୍ୟ ପୋଲିସ ମାମଲା ରୁଜୁ କରୁ ନାହିଁ।  ନାବାଳିକାଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ସଚେତନ ପାଇଁ ସାରା ରାଜ୍ୟରେ ଘୁରି ବୁଲୁଛି ପରୀ ରଥ। ଗତ ୩ ତାରିଖରୁ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ସ୍ଥାନରେ ପରୀ ରଥ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଯେଉଁଠି ଖୋଦ ପୋଲିସ ହିଁ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି, ନାବାଳିକାଙ୍କୁ ସୁରକ୍ଷା ଦେବାରେ ଫେଲ ମାରିଛି ସେଠି ଏହି ପରୀ କାର୍ଯ୍ୟକ୍ରମ ଲୋକ ଦେଖାଣିଆ ନୁହେଁତ ? ଏମିତି ଅନେକ ପ୍ରଶ୍ନକୁ ନେଇ ଲୋକଙ୍କ ମନ ଆନ୍ଦୋଳିତ ହେଉଛି।

Related story