ଖାକିରେ ଦାଗ: ଗୁଣ୍ଡିଚା ମନ୍ଦିରରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ସୋସିଆଲ ମିଡିଆରେ ମୋଦି ଓ ନବୀନଙ୍କୁ ଜଣାଇଲେ ଯୁବତୀ

ପୁରୀ: ପୋଲିସ ଖାକିରେ ଦାଗ। ଏଥର ଏହି ଦାଗ ଲାଗିଛି ଶ୍ରୀକ୍ଷେତ୍ରରେ। ଏପରି ଦାଗର କାରଣ ମହିଳାଙ୍କୁ ଅସଦାଚରଣ। ଏପରି ଅଭିଯୋଗ ଆସିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟରତ ଜଣେ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ। ଅଭିଯୋଗ ଅନୁସାରେ ସୁରକ୍ଷାକର୍ମୀ ଜଣଙ୍କ କେତେବେଳେ ମଧ୍ୟବୟସ୍କା ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଆଉ କେତେବେଳେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଛନ୍ତି। ସୋସିଆଲ୍ ମିଡିଆରେ ଏପରି ଏକ ଅଭିଯୋଗ ଭରା ପୋଷ୍ଟ ଘୂରି ବୁଲୁଛି। ଜଣେ ଯୁବତୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅସଦାଚରଣ ଘଟଣାକୁ […]

puri girl

puri girl

Rakesh Mallick
  • Published: Monday, 03 July 2017
  • Updated: 04 July 2017, 09:18 AM IST

Sports

Latest News

ପୁରୀ: ପୋଲିସ ଖାକିରେ ଦାଗ। ଏଥର ଏହି ଦାଗ ଲାଗିଛି ଶ୍ରୀକ୍ଷେତ୍ରରେ। ଏପରି ଦାଗର କାରଣ ମହିଳାଙ୍କୁ ଅସଦାଚରଣ। ଏପରି ଅଭିଯୋଗ ଆସିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟରତ ଜଣେ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ। ଅଭିଯୋଗ ଅନୁସାରେ ସୁରକ୍ଷାକର୍ମୀ ଜଣଙ୍କ କେତେବେଳେ ମଧ୍ୟବୟସ୍କା ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଆଉ କେତେବେଳେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଛନ୍ତି। ସୋସିଆଲ୍ ମିଡିଆରେ ଏପରି ଏକ ଅଭିଯୋଗ ଭରା ପୋଷ୍ଟ ଘୂରି ବୁଲୁଛି। ଜଣେ ଯୁବତୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅସଦାଚରଣ ଘଟଣାକୁ ଦେଖିଥିବା ଘଟଣାକୁ ପୋଷ୍ଟ କରିଛନ୍ତି। ଏହାକୁ ତାଙ୍କ ମା’ ସେୟାର କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ସଭ୍ୟ ସମାଜକୁ ନିନ୍ଦା କଲା ଭଳି ଘଟଣା।

ସୋସିଆଲ ମିଡ଼ିଆରେ ହୋଇଥିବା ପୋଷ୍ଟ ଅନୁସାରେ ସମୟ ସନ୍ଧ୍ୟା ପ୍ରାୟ ୬ଟା ୪୫ରୁ ୭ଟାରେ ଆଡ଼ପମଣ୍ଡପରେ ଥିବା ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ବାପାଙ୍କ ସହ ଯାଇଥିଲେ ସଂପୃକ୍ତ ଯୁବତୀ। ଏହି ସମୟରେ ଭିଡ଼ର ସୁଯୋଗ ନେଇ କେତେକ ମହିଳା ଏବଂ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଉଦ୍ଦେଶ୍ୟମୂଳକ ଭାବେ ସ୍ପର୍ଶ କରୁଥିଲେ ଜଣେ ସୁରକ୍ଷାକର୍ମୀ। ପାଖରେ ଥିବା ମହିଳା ପୋଲିସ ବି ଦେଖୁଥିଲେ ଏହି ଦୃଶ୍ୟକୁ, ହେଲେ କେହି ବି ପ୍ରତିବାଦ କରି ନଥିଲେ। ଏପରି ଘଟଣାର ପ୍ରତିବାଦରେ ଯୁବତୀ ଜଣଙ୍କ ସଂପୃକ୍ତ ସୁରକ୍ଷାକର୍ମୀଙ୍କ ସାର୍ଟ କଲର୍ ଧରି ଭିଡ଼ି ଆଣି ୩ ଚାପୁଡ଼ା ମାରି କଡ଼ା ଜବାବ ଦେଇଛନ୍ତି। ଏନେଇ ସୋସିଆଲ୍ ମିଡିଆରେ ଯୁବତୀ ଜଣକ ପୋଷ୍ଟ କରିବା ପରେ ତାଙ୍କ ମା’ ଏହାକୁ ସେୟାର କରିଛନ୍ତି।

ଏନେଇ ପୋଲିସ ନିକଟରେ କୌଣସି ଏତଲା ଦିଆଯାଇ ନ ଥିବାବେଳେ ଘଟଣା ସମ୍ପର୍କରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରାଯାଇଛି।

ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି-ପ୍ପନୀଳାଦ୍ରିବିଜେ ସରିବା ପରେ ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ଏଭଳି ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗ ଘଟଣା ନୂଆ ନୁହେଁ। ଏନେଇ ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ ବିମଳ ପ୍ରସାଦ ଦାଶ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ ବିମଳ ପ୍ରସାଦ ଦାଶ କହିଛନ୍ତି-ପ୍ପସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷାକର୍ମୀ ଯଦି ଏପରି ଘଟଣା କରିଥାନ୍ତି, ତାହାହେଲେ ତାଙ୍କୁ କଠୋର ଦଣ୍ଡ ଦିଆଯିବା କଥା। ଯେମିତି ଏହି ଦଣ୍ଡ ଅନ୍ୟ ପାଇଁ ଦୃଷ୍ଟାନ୍ତ ହୋଇ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story