ବିଧାୟକଙ୍କ ପତ୍ନୀ ଦାବି କରୁଥିବା ମହିଳାଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ, ଏଥର ବିଧାନସଭା ଆଗରେ
Ordigital Desk
• Published: Friday, 15 September 2017
• , Updated: 15 September 2017, 04:41 PM IST
ମହିଳା ଜଣକ କହିଛନ୍ତି-“ମୋ ଅଭିଯୋଗ ଭୁବନେଶ୍ୱର ଡିସିପି କିମ୍ୱା ମହିଳା ଥାନା ଅଧିକାରୀ ଶୁଣୁ ନାହାନ୍ତି। ଏପରିକି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ମୁଁ ଜାଣିଛି ଆତ୍ମହତ୍ୟା କରିବା ଏକ ଅପରାଧ। ମୋତେ ବାଧିଛି ବୋଲି ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଯଦି ମୋର ଅଭିଯୋଗ ମିଛ, ତାହାହେଲେ ବିଧାୟକ ମୋ’ ବିରୋଧରେ ମାନହାନୀ ମୋକଦ୍ଦମା କରନ୍ତୁ।”
ସେ ଆହୁରି କହିଛନ୍ତି-“ନବୀନ ନିବାସ ଆଗରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲି। ସେତେବେଳେ ଡିସିପି କହିଥିଲେ ୭ ଦିନ ମଧ୍ୟରେ ନ୍ୟାୟ ଦିଆଯିବ। ଇତି ମଧ୍ୟରେ ୮ ଦିନ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ନ୍ୟାୟ ପାଇନାହିଁ।”
ଅଭିଯୋଗରୁ ପ୍ରକାଶ, ମହିଳା ଜଣକ ନିଜକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପତ୍ନୀ ବୋଲି ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ଗତ ଫେବୃଆରୀରେ ଏନେଇ ମହିଳା ଜଣକ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ।
ଗତ ୭ ତାରିଖରେ ମହିଳା ଜଣକ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ସେ ହାତର ଶିରା କାଟି ଦେଇଥିଲେ। ଡିସିପି (ସିକ୍ୟୁରିଟି) ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
[vc_video link="" align="center"]
Related story