ମଦ ବେପାରୀଙ୍କୁ ପାନେ ଦେଲେ ମହିଳା: ଜୋତା ମାଳ ପିନ୍ଧାଇ ଓ ମୁହଁରେ କଳା ବୋଳି ବୁଲାଇଲେ

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 05:35 PM IST
<p>ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ମଦ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗୁଛି। କେଉଁଠି ଭାଟି ଜାଳି ଦେଉଛନ୍ତି ତ ଆଉ କେଉଁଠି ମଦ ବେପାରୀଙ୍କୁ ମାଡ଼ ମାରୁଛନ୍ତି। ଏପରିକି ମଦ ବେପାରୀ ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ଡରେ ବୁଲାଉଛନ୍ତି। ଆଜି ଏପରି ଏକ ଘଟଣା ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡ଼ହରିଶପୁର ଗାଁରେ ଘଟିଛି। ମହିଳାଙ୍କ ଏହି ଉଗ୍ର ରୂପ ଏବେ ମଦ ବେପାରୀଙ୍କ ହୋସ୍&zwnj; ଉଡାଇ ଦେଇଛି।</p> <p>ଗଡହରିଶପୁର ପଞ୍ଚାୟତକୁ ନିଶା ମୁକ୍ତ କରିବା ପାଇଁ ଝାନସୀରାଣୀ ମହିଳା ମହାସଂଘ ଦୀର୍ଘ ଦିନ ଧରି ଲୋକଙ୍କୁ ବୁଝାଇ ଆସୁଥିଲା। ମହିଳାମାନେ ଘରକୁ ଘର ବୁଲି ମଦର ଅପକାରିତା ସମ୍ପର୍କରେ ସଚେତନତା କରୁଥିଲେ। ଏପରିକି ଗାଁରେ ଶୋଭାଯାତ୍ରା ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ବେପାରୀମାନେ ଚୋରାଛପାରେ ମଦ ବେପାର କରୁଛନ୍ତି। ଏ ସମ୍ପର୍କରେ ଖବର ପାଇଁ ଶତାଧିକ ମହିଳା ଆଜି ମହେଶ୍ୱର ଜେନାଙ୍କ ପୋଖରୀରୁ ବିପୁଳ ପରିମାଣର ମଦ ଉଦ୍ଧାର କରିଥିଲେ। ମଦ କାରବାର ଅଭିଯୋଗରେ ମହେଶ୍ୱରଙ୍କୁ କାବୁ କରି ତାଙ୍କ ମୁହଁରେ କଳା ବୋଲି ବେକରେ ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିଲେ। ଏପରି ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।</p> <p>ଅଭିଯୋଗରୁ ପ୍ରକାଶ, ମଦ କାରବାର ନେଇ ପୂର୍ବରୁ ମହିଳାମାନେ ଅବକାରୀ ବିଭାଗ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା।</p> <p>[vc_video link=&quot;&quot; align=&quot;center&quot;]</p>

Related story