ହାରିଗଲେ ମାଆ-ଝିଅ: ୪ ବର୍ଷର ଝିଅକୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା

ସୋର (ଓଡ଼ିଶା ରିପୋର୍ଟର): ଶୁକ୍ରାବର ସନ୍ଧ୍ୟା ପ୍ରାୟ ୬ଟା। ମୁହଁସଞ୍ଜରେ ସାମାନ୍ୟ ଶୀତ ଯୋଗୁ ବାଲେଶ୍ୱର ଜିଲ୍ଲ ସୋର ରେଳ ଷ୍ଟେସନ ଥିଲା ପ୍ରାୟତଃ ଜନଶୂନ୍ୟ। କାଁ ଭାଁ କିଛି ଲୋକଙ୍କ ଛାଡି କେହି ନ ଥିଲେ ସେଠାରେ । ହେଲେ ହଠାତ୍‌ ହୋ ହଲ୍ଲା ହେଲା। ଦେଖୁଦେଖୁ ଜମିଗଲା ଭିଡ । ଶୁଣିବାକୁ ମିଳିଲା ଯେ, ଜଣେ ମହିଳା ନିଜ କୁନି ଝିଅକୁ ଧରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମହିଳା ଜଣକ […]

women-suicide-in-soro-railwaya-station

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 09:03 PM IST

ସୋର (ଓଡ଼ିଶା ରିପୋର୍ଟର): ଶୁକ୍ରାବର ସନ୍ଧ୍ୟା ପ୍ରାୟ ୬ଟା। ମୁହଁସଞ୍ଜରେ ସାମାନ୍ୟ ଶୀତ ଯୋଗୁ ବାଲେଶ୍ୱର ଜିଲ୍ଲ ସୋର ରେଳ ଷ୍ଟେସନ ଥିଲା ପ୍ରାୟତଃ ଜନଶୂନ୍ୟ। କାଁ ଭାଁ କିଛି ଲୋକଙ୍କ ଛାଡି କେହି ନ ଥିଲେ ସେଠାରେ । ହେଲେ ହଠାତ୍‌ ହୋ ହଲ୍ଲା ହେଲା। ଦେଖୁଦେଖୁ ଜମିଗଲା ଭିଡ । ଶୁଣିବାକୁ ମିଳିଲା ଯେ, ଜଣେ ମହିଳା ନିଜ କୁନି ଝିଅକୁ ଧରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମହିଳା ଜଣକ ନିଜ ଉଦ୍ୟମରେ ସଫଳ ହୋଇଥିଲେ ମଧ୍ୟ ଝିଅଟି ବର୍ତ୍ତି ଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାର ଭର୍ତ୍ତି କରିଥିଲେ। ମାଆକୁ ହରାଇଥିବା ଏହି ଛୋଟ ଝିଅଟି ଡାକ୍ତରଖାନାରେ ଆଖି ବୁଜିଲେ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ମହିଳା ଜଣକ ଝିଅକୁ ଧରି ପ୍ଲାଟଫର୍ମର ଏକ ବେଞ୍ଚ ଉପରେ ବସିଥିଲେ। ସାମ୍ନାରୁ ଏକ ମାଲଗାଡି ଆସୁଥିବା ଦେଖି ସେ ହଠାତ୍‌ ଗାଡି ସମ୍ମୁଖକୁ ଆସିଯିବାରୁ ମା’ ଝିଅ ଦୁହିଁଙ୍କୁ ଗାଡି ମାଡ଼ି ଯାଇଥିଲା। ମହିଳା ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଗୁରୁତର ହୋଇପଡିଥିବା ଛୋଟ ଝିଅକୁ ଜିଆରପି ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ମୃତକାଙ୍କ ବେଶଭୁଷା ଦେଖି ସେ ଜଣେ ଭଲ ଘରର ମହିଳା ବୋଲି ଲାଗୁଥିଲ । କୌଣସି ଘରୋଇ ବିବାଦ ଯୋଗୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏ ନେଇ କିଛି କହିବାକୁ ମନା କରିଦଇଛି । ମଆ ଝିଅ ଦୁହିଁଙ୍କର ପରିଚୟ ଜଣାପଡିନାହିଁ ।

Related story