ମହିଳା ଦିବସ ପାଲଟିଲା ଲଜ୍ଜା ଦିବସ: ସମ୍ମାନ ବଦଳରେ ନାରୀକୁ ମିଳିଲା ନିର୍ଯାତନା

ବ୍ରହ୍ମପୁର: ସାରା ବିଶ୍ୱ ଆଜି ପାଳୁଛି ବିଶ୍ୱ ମହିଳା ଦିବସ। ନିଜ ଦେଶର ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ମହିଳାଙ୍କୁ ନେଇ ଲୋକେ ଗର୍ବ କରିବା ସହ ବିଭିନ୍ନ ସୋସିଆଲ ମିଡିଆରେ ସେମାନଙ୍କ ଗୁଣଗାନ କରୁଛନ୍ତି। ହେଲେ ଓଡ଼ିଶାରେ ଏହି ମହତ୍ୱପୂର୍ଣ୍ଣ ଦିନରେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଏପରି ଅଭିଯୋଗ ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରୁ ଆସିଛି। ମୋବାଇଲ ଚୋରିକୁ ନେଇ ଗତ ୬ ତାରିଖରେ ବଲାଙ୍ଗିର ସଦର ଥାନା ପରଧିଆପାଲି ଗାଁରେ ଜଣେ ଆଦିବାସୀ ଯୁବତୀଙ୍କ ଚୁଟି […]

bhanjanager ra-police mada

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 06:03 PM IST

ବ୍ରହ୍ମପୁର: ସାରା ବିଶ୍ୱ ଆଜି ପାଳୁଛି ବିଶ୍ୱ ମହିଳା ଦିବସ। ନିଜ ଦେଶର ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ମହିଳାଙ୍କୁ ନେଇ ଲୋକେ ଗର୍ବ କରିବା ସହ ବିଭିନ୍ନ ସୋସିଆଲ ମିଡିଆରେ ସେମାନଙ୍କ ଗୁଣଗାନ କରୁଛନ୍ତି। ହେଲେ ଓଡ଼ିଶାରେ ଏହି ମହତ୍ୱପୂର୍ଣ୍ଣ ଦିନରେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଏପରି ଅଭିଯୋଗ ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରୁ ଆସିଛି।

ମୋବାଇଲ ଚୋରିକୁ ନେଇ ଗତ ୬ ତାରିଖରେ ବଲାଙ୍ଗିର ସଦର ଥାନା ପରଧିଆପାଲି ଗାଁରେ ଜଣେ ଆଦିବାସୀ ଯୁବତୀଙ୍କ ଚୁଟି କାଟି ଗାଁ ଦାଣ୍ଡରେ ବୁଲା ଯାଇଥିଲା। ଏପରିକି ମାଡ଼ ମାଧ୍ୟ ମରାଯାଇଥିଲା। ଆଜି ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଚୁଟି କାଟିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅନ୍ୟ ଏକ ଘଟଣା କ୍ରମେ ମାମଲା ସମାଧାନ କରିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନାର ଆଇଆଇସି ସାନବୋରସିଂ ଗାଁର ଜଣେ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Related story