ଛୋଟ କମ୍ପାନୀରେ କାମ କଲେ ମିଳିଥାଏ ଏହିସବୁ ଲାଭ

ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ଚାକିରି କରିବାକୁ ଚାହୁଁଛନ୍ତି। କିଏ ସରକାରୀ ଚାକିରି କରୁଛନ୍ତି ତ କିଏ କମ୍ପାନୀ ଚାକିରି, ମାନେ ପ୍ରାଇଭେଟ୍‌। ଆଜିକାଲି ଅନେକ ସଂସ୍ଥା ଛୋଟଛୋଟ କମ୍ପାନୀ ଖୋଲି ବ୍ୟବସାୟ କରୁଛନ୍ତି। କିଛି କମ୍ପାନୀ ଅଳ୍ପ ନିବେଶରେ ବ୍ୟବସାୟ କରୁଛନ୍ତି ତ ଆଉ କିଛି ବଡ଼ ବଡ଼ ନାମୀ ସଂସ୍ଥା ନିଜ ବ୍ୟବସାୟର ଶାଖା ବଢାଇଛନ୍ତି। ସାଧରଣ ଯୁବତୀ ବା ଯୁବକଟିଏ ଚାକିରି କରିବାକୁ ବଡ଼ କମ୍ପାନୀକୁ ପ୍ରାଧାନ୍ୟ ଦେଇଥାନ୍ତି। କାରଣ ଏଠି କାମକଲେ […]

small office

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 10:53 AM IST

ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ଚାକିରି କରିବାକୁ ଚାହୁଁଛନ୍ତି। କିଏ ସରକାରୀ ଚାକିରି କରୁଛନ୍ତି ତ କିଏ କମ୍ପାନୀ ଚାକିରି, ମାନେ ପ୍ରାଇଭେଟ୍‌। ଆଜିକାଲି ଅନେକ ସଂସ୍ଥା ଛୋଟଛୋଟ କମ୍ପାନୀ ଖୋଲି ବ୍ୟବସାୟ କରୁଛନ୍ତି। କିଛି କମ୍ପାନୀ ଅଳ୍ପ ନିବେଶରେ ବ୍ୟବସାୟ କରୁଛନ୍ତି ତ ଆଉ କିଛି ବଡ଼ ବଡ଼ ନାମୀ ସଂସ୍ଥା ନିଜ ବ୍ୟବସାୟର ଶାଖା ବଢାଇଛନ୍ତି। ସାଧରଣ ଯୁବତୀ ବା ଯୁବକଟିଏ ଚାକିରି କରିବାକୁ ବଡ଼ କମ୍ପାନୀକୁ ପ୍ରାଧାନ୍ୟ ଦେଇଥାନ୍ତି। କାରଣ ଏଠି କାମକଲେ ଭଲ ଦରମା ସାଙ୍ଗକୁ ପୁରା ଚାକଚକ୍ୟରେ କାମ କରିବାକୁ ସୁଯୋଗ ମିଳେ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ସେମିତି କିଛି ନୁହେଁ। କାମ କରିବା ବା ନିଜ ପ୍ରତିଭା ଦେଖାଇବାକୁ ଛୋଟ କି ବଡ଼ କମ୍ପାନୀର କିଛି ଗୁରୁତ୍ୱ ନ ଥାଏ। ଆଉ ଏମିତି ବି ହୁଏ ଛୋଟ କମ୍ପାନୀରୁ କାମ ଆରମ୍ଭ କରିଥିବା ବ୍ୟକ୍ତି ଦିନେ ସଫଳ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ଛୋଟ ଛୋଟ ଅଫିସ୍‌ରେ କାମ କରିବାର କ’ଣ ସବୁ ଲାଭ ରହିଛି।

କମ୍‌ ଲୋକଙ୍କ ସହ କଥା: ବଡ଼ ଅଫିସ୍‌ରେ କାମ କଲେ ଅନେକ ଲୋକଙ୍କ ସହ କାମ କରିବାକୁ ପଡ଼ିଥାଏ। ଫଳରେ କାମରେ ଅଧିକ ଫୋକସ୍‌ କରିବା କଷ୍ଟକର ହୋଇପଡ଼େ। ଅଧିକ ଲୋକ ଥିବାରୁ ପାଟିତୁଣ୍ଡ ହେବା କାରଣରୁ କାମ କରିବାର ବାଧା ସୃଷ୍ଟି ହୋଇଥାଏ। କିନ୍ତୁ ଛୋଟ ଅଫିସ୍‌ରେ ଏମିତି ହୋଇ ନ ଥାଏ। କମ୍‌ ଲୋକ ଥିବା କରଣରୁ କାମରେ ଫୋକସ୍‌ କରିହୁଏ। ପାଟିତୁଣ୍ଡ କି ବେଶି ହୋ ହାଲ୍ଲା ହୋଇ ନ ଥାଏ। ଯାହା ଫଳରେ କାମ ଠିକ୍‌ରେ କରିହୁଏ।

ଅଫିସ୍‌ରେ ଅଧିକ ସ୍ପେସ୍‌ ମିଳିଥାଏ: ବଡ଼ ଅଫିସ୍‌ରେ ଅନେକ ଲୋକ କାମ କରନ୍ତି। ଯାହା ଫଳରେ ବସିବା , କାମ କରିବାକୁ ଖୁବ୍ ଅସୁବିଧା ହୋଇଥାଏ। କିନ୍ତୁ ଛୋଟ କମ୍ପାନୀରେ କମ୍‌ ଲୋକ ଥିବା କାରଣରୁ ଏମ୍ପଲୟରମାନେ ଠିକ୍‌ରେ କାମ କରି ପାରନ୍ତି। ତାଙ୍କୁ ଖୁବ୍‌ ସ୍ପେସ୍‌ ମଧ୍ୟ ମିଳିଥାଏ। ନିଜ ଆଖ ପାଖରେ ହଲଚଲ ହେଉଥିବା ଲୋକଙ୍କ ଚିନ୍ତା ନ କରି ଠିକ୍‌ରେ କାମ କରିହୁଏ।

କିଛି କଟକଣା ନ ଥାଏ: ଯେତେ ବଡ଼ କମ୍ପାନୀ ସେତେ ଅଧିକ କଟକଣା। ଆସିବା ଯିବାର ସମୟ ପୂରା ଫିକ୍ସ ଥାଏ। କାହିଁକିନା ସେଠାରେ ଏତେ ସାରା କର୍ମଚାରୀଙ୍କୁ ନଜର ରଖିବାକୁ ସିସିଟିବି, ଆଟେଣ୍ଡାନ୍ସ ମେସିନ୍‌ ମଧ୍ୟ ଥାଏ। କିନ୍ତୁ ଛୋଟ କମ୍ପାନୀରେ ଏମିତି କଟକଣା ବା ନିୟମ ନ ଥାଏ। ଏଠାରେ ନିଜ କାମ ବିନା କୌଣସି ଚିନ୍ତାରେ କରାଯାଇପାରିବ।

Related story