ହୋଲି ଖେଳିବା ପୂର୍ବରୁ ଏହି ୭ଟି ଟିପ୍ସ୍‌ ଉପରେ ଧ୍ୟାନ ଦିଅନ୍ତୁ

ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଦେଶ ସାରା ଲୋକେ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ହୋଲି ଖେଳିବା ସମୟରେ ସାଧାରଣତଃ ଲୋକେ ତ୍ୱଚା ବିଷୟରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ରଙ୍ଗରେ ଅନେକ ଆର୍ଟିଫିସିଆଲ୍‌ କେମିକାଲ ମିଶିଥାଏ। ଏଗୁଡିକ ସଂସ୍ପର୍ଶରେ  ଆସିବା ମାତ୍ରେ ତ୍ୱଚା ଖରାପ ହୋଇଯିବାର ଆଶଙ୍କା ରହିଛି। ଏଥିପାଇଁ ରଙ୍ଗ ଖେଳିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ। ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ ସବୁ ବିଷୟ […]

HOLI

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 02:11 PM IST

ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଦେଶ ସାରା ଲୋକେ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ହୋଲି ଖେଳିବା ସମୟରେ ସାଧାରଣତଃ ଲୋକେ ତ୍ୱଚା ବିଷୟରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ରଙ୍ଗରେ ଅନେକ ଆର୍ଟିଫିସିଆଲ୍‌ କେମିକାଲ ମିଶିଥାଏ। ଏଗୁଡିକ ସଂସ୍ପର୍ଶରେ  ଆସିବା ମାତ୍ରେ ତ୍ୱଚା ଖରାପ ହୋଇଯିବାର ଆଶଙ୍କା ରହିଛି। ଏଥିପାଇଁ ରଙ୍ଗ ଖେଳିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ। ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ।

- ଆପଣଙ୍କ ତ୍ୱଚା ଶୁଷ୍କ ହୋଇଥିଲେ ହୋଲିରେ ରଙ୍ଗ ଖେଳିବା ଉଚିତ ନୁହେଁ। ଯଦି ମନ ହୁଏ, ତା'ହେଲେ ରଙ୍ଗ ଖେଳିବା ପୂର୍ବରୁ ପୂରା ଶରୀରକୁ ନଡ଼ିଆ ତେଲ ଭଲ ଭାବେ ଲଗାଇ ଦିଅନ୍ତୁ। ଏହା ଛଡ଼ା କେଶରେ ସୋରିଷ ତେଲ ଭଲ ଭାବେ ଲଗାଇ ଦିଅନ୍ତୁ। ଗାଧୋଇବା ସମୟରେ ରଙ୍ଗ ଭଲ ଭାବେ ଛାଡ଼ିଯିବ।

- ଖରାରେ ଅଧିକ ସମୟ ହୋଲି ଖେଳୁଥିଲେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ।

-  ରଙ୍ଗ ନଖରେ ମଧ୍ୟ ଲାଗିଯାଏ ଯାହା ସହଜରେ ଛାଡ଼ି ନଥାଏ। ତେଣୁ ମହିଳା ମାନେ ନଖରେ ଗାଢ଼ ରଙ୍ଗର ନେଲ୍‌ପଲିସ୍‌ ଲଗାଇ ହୋଲି ଖେଳିବାକୁ ଗଲେ ଭଲ।

- ରଙ୍ଗ ଖେଳିବା ସମୟରେ ଆଖି ପ୍ରତି ମଧ୍ୟ ଧ୍ୟାନ ବେଶ୍‌ ଜରୁରୀ। ଏହା ଶରୀରର ଅନ୍ୟତମ ପ୍ରମୁଖ ସମ୍ୱେଦନଶୀଳ ଅଙ୍ଗ। ରଙ୍ଗ ଯେପରି ଆଖିରେ ନପଡ଼େ ସେଥିଲାଗି ସନ୍‌ଗ୍ଲାସ୍‌ ବ୍ୟବହାର କରନ୍ତୁ।

- ହୋଲି ଖେଳିବା ସମୟରେ ଶରୀରରେ କୌଣସି ଜାଗାରେ କ୍ଷତି ପହଞ୍ଚିଲେ ଅଣଦେଖା କରନ୍ତୁ ନାହିଁ। ସେହି ଜାଗାରେ ସଙ୍ଗେ ସଙ୍ଗେ ଆଣ୍ଟିବ୍ୟାକ୍ଟେରିଆଲ୍ ଲୋସନ ଅବା ବ୍ୟାଣ୍ଡଏଡ୍‌ ଲଗାଇ ଦିଅନ୍ତୁ।

- ହୋଲି ଖେଳିବା ସମୟରେ ହର୍ବାଲ ରଙ୍ଗର ବ୍ୟବହାର କରନ୍ତୁ ଅବା ଘରେ ନିଜେ ରଙ୍ଗ ବନାନ୍ତୁ।

- ରଙ୍ଗ ଖେଳିବା ବେଳେ ଅଧିକ ସମୟ ଓଦା କପଡା ପିନ୍ଧିକରି ରୁହନ୍ତୁ ନାହିଁ। ସୁବିଧା ଥିଲେ ରଙ୍ଗ ହୋଇଯାଇଥିବା ପାପୁଲିକୁ ମଝିରେ ମଝିରେ ଧୋଇ ଦିଅନ୍ତୁ।

Related story