କଂଗ୍ରେସ ନେତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ସିନ୍ଧିଆଙ୍କ ଫଟୋ
ଭୋପାଳ: ଆଜି ନାଗପଞ୍ଚମୀ। ଏହି ଅବସରରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ଅରୁଣ ଯାଦବ ସୋଶାଲ ମିଡିଆରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଶୁଭେଚ୍ଛା ବାର୍ତ୍ତାରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିିଳିଛି। କାରଣ ଶୁଭେଚ୍ଛା ବାର୍ତ୍ତା ଫଟୋଟି ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର। ଅରୁଣ ଯାଦବ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ଏପ୍ରିଲ ୨୦୧୮ ଯାଏ ଥିଲେ। ଏହାପରେ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ହୋଇଥିଲେ କମଲନାଥ।
🐍#NaagPanchami pic.twitter.com/2G1tnHJ5Ji
— Arun Yadav 🇮🇳 (@MPArunYadav) July 25, 2020
ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ବାରମ୍ବାର ତାଙ୍କୁ ସମାଲୋଚନା କରି ଚାଲିଛି। ସିନ୍ଧିଆ ଜଣେ ସୁବିଧାବାଦୀ, ବିଶ୍ୱାସଘାତକ ରାଜନେତା ଭାବରେ କଂଗ୍ରେସ ଚିତ୍ରିତ କରୁଛି। ତେବେ ଅରୁଣ ଯାଦବଙ୍କ ଏହି ଟ୍ୱିଟ୍ ସୋଶାଲ ମିଡିଆରେ ଧ୍ୟାନ ଆକର୍ଷଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।