ଖାତକୁ ବସ ଖସି ୨୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି। ଖାତକୁ ବସ ଖସି ୨୨ ଜଣଙ୍କର ମୃତ୍ୟୁ ଘଟିଥିବା  ବେଳେ ୬ ଜଣ  ଗୁରୁତର ହୋଇଛନ୍ତି। ରବିବାର ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ୪୦ ଜଣ ଯାତ୍ରୀଙ୍କୁ ନେଇ ଯମୁନୋତ୍ରୀକୁ ଏହି ବସ୍ ଯାତ୍ରା କରୁଥିବା ବେଳେ  ବାଟରେ ଓଲଟି ପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର […]

bus

Tapas Behera
  • Published: Sunday, 05 June 2022
  • , Updated: 05 June 2022, 10:29 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡ଼କ ଦୁଘଟଣା ଘଟିଛି। ଖାତକୁ ବସ ଖସି ୨୨ ଜଣଙ୍କର ମୃତ୍ୟୁ ଘଟିଥିବା  ବେଳେ ୬ ଜଣ  ଗୁରୁତର ହୋଇଛନ୍ତି। ରବିବାର ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ୪୦ ଜଣ ଯାତ୍ରୀଙ୍କୁ ନେଇ ଯମୁନୋତ୍ରୀକୁ ଏହି ବସ୍ ଯାତ୍ରା କରୁଥିବା ବେଳେ  ବାଟରେ ଓଲଟି ପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ଆହତମାନଙ୍କୁ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିଛନ୍ତି।

ଘଟଣା ସ୍ଥଳରେ ଏସଡିଆରଏଫର ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏସପି ଅପର୍ଣ୍ଣ ଯଦୁବଂଶୀଙ୍କ ସୂଚନା ଅନୁସାରେ, ଡାମଟାରୁ ପ୍ରାୟ ୨ କିଲୋମିଟର ଦୂର ନୌଗାଁଓ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସରେ ଥିବା ଯାତ୍ରୀମାନେ ମଧ୍ୟ ପ୍ରଦେଶର ପନ୍ନା ଅଞ୍ଚଳର ହୋଇଥିବା ଜଣାପଡିଛି । ସବୁ ଯାତ୍ରୀ ୟମୁନୋତ୍ରୀ ଦର୍ଶନ ସାରି ଫେରୁଥିଲେ। ବସରେ ପ୍ରାୟ ୨୮ରୁ ୨୯ ଜଣ ଯାତ୍ରୀ ଥିଲେ। ୪ରୁ ୫ ଗୁରୁତର ରୂପେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ଶଚିବ ସୁଖବୀର ସିଂ ସନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story