ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ୨ ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହସ୍ପିଟାଲ୍ର ଅନ୍ୟ କର୍ମଚାରୀ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟାଇନ୍ରେ ରହୁଛନ୍ତି। ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ୧୪ ଦିନ ଲେଖାଏଁ କ୍ୱାରେଣ୍ଟାଇନ୍ରେ ରହୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୮୭ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୮୨୭ଜଣ ଚିକିତ୍ସିତ ହେଉଛନ୍ତି।