କ୍ୟାସିୟର କାଉଣ୍ଟର ଛାଡ଼ି ବାହାରକୁ ଯିବା ପରେ...

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପହରେ ଷ୍ଟେଟ ବ୍ୟାଙ୍କ ଶାଖାରୁ ଲୁଟ୍। କର୍ମଚାରୀ ନ ଥିବାର ଫାଇଦା ନେଇ ୪ ଲୁଟେରା ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକ ନିକଟ ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ। ଘଟଣାରେ ବ୍ୟାଙ୍କ କର୍ମଚାରୀମାନେ ଜଣେ ଲୁଟେରାକୁ  ଧରି ପୋଲିସର ଜିମା ଦେଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। […]

sbi

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 07:49 PM IST

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପହରେ ଷ୍ଟେଟ ବ୍ୟାଙ୍କ ଶାଖାରୁ ଲୁଟ୍। କର୍ମଚାରୀ ନ ଥିବାର ଫାଇଦା ନେଇ ୪ ଲୁଟେରା ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକ ନିକଟ ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ। ଘଟଣାରେ ବ୍ୟାଙ୍କ କର୍ମଚାରୀମାନେ ଜଣେ ଲୁଟେରାକୁ  ଧରି ପୋଲିସର ଜିମା ଦେଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଦୁଇଜଣ ଲୁଟେରା ବ୍ୟାଙ୍କକୁ ଆସି ଟିକିନିଖି ଅନୁଧ୍ୟାନ କରିଥିଲେ। ଏହାପରେ ଅନ୍ୟ ଦୁଇଜଣ ଆସି ବ୍ୟାଙ୍କ କ୍ୟାସ କାଉଣ୍ଟର ପାଖରେ ଛିଡ଼ା ହୋଇଥିଲେ। ସେହି ସମୟରେ ଲିଙ୍କ ଫେଲ ହେବା ଯୋଗୁଁ କ୍ୟାସିୟର କାଉଣ୍ଟର ଛାଡ଼ି ବାହାରକୁ ଆସିଥିଲେ। ଆଉ ଏହାର ଫାଇଦା ନେଇ ଲୁଟେରାମାନେ କ୍ୟାସ କାଉଣ୍ଟର ଭିତରକୁ ପଶି ଟଙ୍କା ଲୁଟି ନେଇଥିଲେ। ଜଣେ କର୍ମଚାରୀ ପାଟି କରିବା ପରେ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।  ଏଥିରେ ଜଣେ ଲୁଟେରାକୁ କର୍ମଚାରୀମାନେ ଧରିବାରେ ସକ୍ଷମ ହୋଇଥିଲେ। ଧରାପଡ଼ିଥିବା ଲୁଟେରା ତାମିଲନାଡୁର ବୋଲି ଜଣାପଡିଛି।

Related story