ଚଷା ପୁଅକୁ ଅପେକ୍ଷା କରିଛି ଇଶ୍ରୋ, ସାକାର ହେଲା ରଞ୍ଜନଙ୍କ ସ୍ୱପ୍ନ

ବରଗଡ଼(ଦିପକ ଶର୍ମା): ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ  ସିଏ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିପାରେ। କୌଣସି କାମ ତା’ ପାଇଁ ଅସମ୍ଭବ ହୁଏନା। ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ରଞ୍ଜନ ପ୍ରଧାନଙ୍କୁ ଆଣି ଦେଇଛି ସଫଳତା। ଚାଷୀ ପୁଅ ରଞ୍ଜନ ପ୍ରଧାନ ହୋଇପାରିଛନ୍ତି ଇଶ୍ରୋର ବୈଜ୍ଞାନିକ। ବରଗଡ଼ […]

unm

unm

Tapas Behera
  • Published: Thursday, 31 December 2020
  • Updated: 31 December 2020, 07:07 PM IST

ବରଗଡ଼(ଦିପକ ଶର୍ମା): ଯିଏ ସମୟ, ପରିସ୍ଥିତି ଓ ପରିବେଶକୁ ଦେଖି ,ନିଜକୁ ଦୃଢ଼ କରିନିଏ  ସିଏ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିପାରେ। କୌଣସି କାମ ତା’ ପାଇଁ ଅସମ୍ଭବ ହୁଏନା। ସମୟ ସେହି ମଣିଷକୁ ଦିଏ ନୂଆ ପରିଚୟ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ରଞ୍ଜନ ପ୍ରଧାନଙ୍କୁ ଆଣି ଦେଇଛି ସଫଳତା। ଚାଷୀ ପୁଅ ରଞ୍ଜନ ପ୍ରଧାନ ହୋଇପାରିଛନ୍ତି ଇଶ୍ରୋର ବୈଜ୍ଞାନିକ।

ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକର ଝାରପାଲି ଗାଁର ନିହାର ରଞ୍ଜନ ପ୍ରଧାନଙ୍କ ପିଲାଟି ବେଳରୁ ତାଙ୍କର ବିଜ୍ଞାନ ପ୍ରତି ଥିଲା ଆଗ୍ରହ। ବାପା ରାଜକୁମାର ପ୍ରଧାନ ଓ ମା’ ପଙ୍କଜିନୀ ସାନ ପୁଅ ନିହାରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରିଛନ୍ତି।

ନିହାର ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ପରେ ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ୧୦ମ ଶ୍ରେଣୀ ଯାଏ ପଢିଛନ୍ତି। ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ନିହାର ବରଗଡ ବିକାଶ ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲେ।

ଯୁକ୍ତ ଦୁଇ ପରେ ସେ ଜେଇଇ ମେନ୍‌ ଓ ଆଡ୍‌ଭାନ୍ସରେ ସଫଳ ହେବା ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲଜି(ଆଇଆଇଏସ୍‌ଟି)ର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗରେ ନାମ ଲେଖାଇଥିଲେ। ଚଳିତବର୍ଷ ସେଥିରେ ଗ୍ରାଜୁଏସନ ଶେଷ କରିଥିଲେ ନିହାର। ପିଲାବେଳେ ନୂଆ ନୂଆ ଜିନିଷ ତିଆରି କରିବାର ଆଗ୍ରହ ଥିଲା ନିହାରଙ୍କର। ନୂଆ ନୂଆ ଜିନିଷ ବାହାର କରିବା ତାଙ୍କର ଖେଳ ଥିଲା। ପିଲାଦିନର ସେହି ଖେଳ ତାଙ୍କ ବୈଜ୍ଞାନିକ ଚିନ୍ତାଶକ୍ତିକୁ ଅଧିକ ପ୍ରଖର କରିଥିଲା। ପରେ ପରେ  ଜଣେ ବୈଜ୍ଞନିକ ହେବାର ସ୍ୱପ୍ନ ଦେଖିବାକୁ ଲାଗିଲେ ନିହାର। ଏବେ ବିକ୍ରମ ସରାବାଇ ସ୍ପେଶ ସେଣ୍ଟରରେ ସାଇଣ୍ଟିଷ୍ଟ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଛନ୍ତି। ରକେଟ ଟେକ୍ନୋଲଜିର ଅଧିକ ଡେଭଲପ କରିବା ପାଇଁ ସେ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

ବରଗଡ ଜିଲ୍ଲା ଝାରପାଲି ଗାଁରୁ ଇସ୍ରୋ ସେଣ୍ଟର- ଏଇ ଲମ୍ବା ରାସ୍ତା ଏତେ ସହଜ ନ ଥିଲା। କିନ୍ତୁ ବାପା, ମା’ ଭାଇ, ଭଉଣୀଙ୍କ ସହଯୋଗ ଓ ସହାୟତା ତାଙ୍କ ରାସ୍ତାକୁ ସୁଗମ କରି ଦେଇଥିଲା। ସବୁ ବାଧାବିଘ୍ନକୁ ସାମ୍ନା କରିବା ପାଇଁ ସାହସ ଯୋଗାଇଥିଲା।  ତେଣୁ  ନିଜର ଏଇ ସଫଳତା ପାଇଁ ବାପା-ମାଆ ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ନିହାର।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos