ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଏଥି ମଧ୍ୟରେ ଓଡ଼ିଶା ମାଇନିଂ  ଓ ଜିଓଲୋଜି ସିର୍ଭିସ୍‌ ରୁଲ୍ସ ଅନୁମୋଦନ ମିଳିପାରେ। ସେହିଭଳି ୨୦୧୬-୧୭ ପାଇଁ ଖରିଫ୍‌ ମାକେଟିଂ ସିଜନ୍‌ ପାଇଁ ଖାଦ୍ୟ ଓ ସଂଗ୍ରହ ପଲିସି ଉପରେ ମଧ୍ୟ କ୍ୟାବିନେଟ୍‌ ମୋହର ବାଜିପାରେ। ହେଡ୍ସ ଅଫ୍‌ ଡିପାର୍ଟମେଣ୍ଟ ଷ୍ଟେନୋଗ୍ରାଫର୍‌ ସର୍ଭିସ୍‌, ଭେଟେରିନାରୀ ଟେକନିକାଲ୍‌ସର୍ଭିସ୍‌ […]

cm

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 10:23 PM IST

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଏଥି ମଧ୍ୟରେ ଓଡ଼ିଶା ମାଇନିଂ  ଓ ଜିଓଲୋଜି ସିର୍ଭିସ୍‌ ରୁଲ୍ସ ଅନୁମୋଦନ ମିଳିପାରେ। ସେହିଭଳି ୨୦୧୬-୧୭ ପାଇଁ ଖରିଫ୍‌ ମାକେଟିଂ ସିଜନ୍‌ ପାଇଁ ଖାଦ୍ୟ ଓ ସଂଗ୍ରହ ପଲିସି ଉପରେ ମଧ୍ୟ କ୍ୟାବିନେଟ୍‌ ମୋହର ବାଜିପାରେ।

ହେଡ୍ସ ଅଫ୍‌ ଡିପାର୍ଟମେଣ୍ଟ ଷ୍ଟେନୋଗ୍ରାଫର୍‌ ସର୍ଭିସ୍‌, ଭେଟେରିନାରୀ ଟେକନିକାଲ୍‌ସର୍ଭିସ୍‌ ସଂଶୋଧନ ବିଲ୍‌ ମଧ୍ୟ ଅନୁମୋଦନ ହୋଇପାରେ। କେନ୍ଦ୍ରାପଡ଼ାରେ ମା’ଓ ଶିଶୁଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ପ୍ରତିଷ୍ଠା ଏବଂ ୫ଟି ଜିଲ୍ଲାରେ  ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିପାରେ।

Related story