ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୭ରେ ବଜେଟ୍‌ ଉପସ୍ଥାପନ ହେବ। ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ଏଥର ଅଧିବେଶନରେ ଅନୁଭୂତ ହେବ ପଞ୍ଚାୟତ ନିର୍ବାଚନର ତାତି। ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଓ  ପ୍ରଚରୁ ଖର୍ଚ୍ଚକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ। ଆଇନଶୃଙ୍ଖଳା […]

odisha-assembly-5

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 01:50 PM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୭ରେ ବଜେଟ୍‌ ଉପସ୍ଥାପନ ହେବ। ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ।

ଏଥର ଅଧିବେଶନରେ ଅନୁଭୂତ ହେବ ପଞ୍ଚାୟତ ନିର୍ବାଚନର ତାତି। ନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଓ  ପ୍ରଚରୁ ଖର୍ଚ୍ଚକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ। ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ଥ ଓ ନିର୍ବାଚନରେ ରାଜନୈତିକ ହିଂସାକୁ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ କରିବ ବିଜେପି। କେନ୍ଦ୍ର ଅବହେଳାକୁ ଇସ୍ୟୁ କରିବ ବିଜେଡି । ଆଜି ସବୁ ଦଳର ବୈଠକ ବସି ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ।

ଅନ୍ୟପକ୍ଷରେ ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ୍‌ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ୍‌ କମିଶନର ପ୍ରମୁଖ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅଧିବେଶନ ବେଳେ ୩୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସେହିଭଳି କୁଇକ୍‌ ରିଆକସନ୍‌ ଟିମ୍‌ ଓ ରୁଫ୍‌ ଟଫ୍‌ ସିକ୍ୟୁରିଟି ମଧ୍ୟ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ଇନଚାର୍ଜ ଥିବା ବେଳେ ୫ଜଣ ଅତିରିକ୍ତ ଏସିପି ଏବଂ ୧୦୦ ଜଣ ଅଫିସର ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଉପରେ ନଜର ରଖିବେ।

 

Related story