ସେବା କର ଦେବାରେ ଅକ୍ଷୟ ଆଗରେ

ମୁମ୍ବାଇ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ୍ କଷ୍ଟମ (ସିବିଇସି) କିଛି ମାସ ପୂର୍ବେ ବଲିଉଡର ବଡ଼ ବଡ଼ ସିନେ ତାରକାଙ୍କୁ ସେବା କର ଦାଖଲ କରିବାକୁ ନୋଟିସ ଜାରି କରିଥିଲେ। ଯେଉଁଥିରେ ଅକ୍ଷୟ କୁମାର, ଅମୀର ଖାନ୍ ଏବଂ ସଲମାନ ଖାନଙ୍କ ନାମ ରହିଥିଲା। ସବୁଥର ପରି ଟ୍ୟାକ୍ସ ଦେବାରେ ଅମୀର ଓ ସଲମାନଙ୍କୁ ପଛରେ ପକାଇ ଆକ୍ସନ ହିରୋ ଅକ୍ଷୟ କୁମାର ଆଗରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅକ୍ଷୟ ନିଜର ସମସ୍ତ […]

akshay

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 06:49 PM IST

ମୁମ୍ବାଇ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ୍ କଷ୍ଟମ (ସିବିଇସି) କିଛି ମାସ ପୂର୍ବେ ବଲିଉଡର ବଡ଼ ବଡ଼ ସିନେ ତାରକାଙ୍କୁ ସେବା କର ଦାଖଲ କରିବାକୁ ନୋଟିସ ଜାରି କରିଥିଲେ। ଯେଉଁଥିରେ ଅକ୍ଷୟ କୁମାର, ଅମୀର ଖାନ୍ ଏବଂ ସଲମାନ ଖାନଙ୍କ ନାମ ରହିଥିଲା। ସବୁଥର ପରି ଟ୍ୟାକ୍ସ ଦେବାରେ ଅମୀର ଓ ସଲମାନଙ୍କୁ ପଛରେ ପକାଇ ଆକ୍ସନ ହିରୋ ଅକ୍ଷୟ କୁମାର ଆଗରେ ରହିଛନ୍ତି।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅକ୍ଷୟ ନିଜର ସମସ୍ତ ସେବା କର ଜମା କରିସାରିଛନ୍ତି। ହେଲେ ଅମୀର ଓ ସଲମାନ ଏପର୍ଯ୍ୟନ୍ତ ସିବିଇସି ନାଟିସ୍‌ର ଉତ୍ତର ମଧ୍ୟ ଦେଇନାହାନ୍ତି।

Related story