ମହିଳା ଏସିଆ କପ୍‌: ଚୀନକୁ ୪-୧ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାପାନରେ ଚାଲିଥିବା ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ଭାରତ ଚମତ୍କାର ପ୍ରଦର୍ଶନ କରି ୪-୧ ଗୋଲରେ ଚୀନକୁ ହରାଇଛି। ଭାରତ ପକ୍ଷରୁ ଗୁରଜିତ କୌର, ନଭଜ୍ୟୋତ୍  କୌର, ନେହା ଗୋଏଲ ଓ ଅଧିନାୟକ ରାନି ରାମପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମ୍ୟାଚ୍‌ର ୧୯ ମିନିଟରେ ଗୁରଜିତ କୌର ଗୋଲ ଦେଇଥିବା ବେଳେ ୩୨ ମିନିଟରେ ନଭଜ୍ୟୋତ୍  କୌର, ୪୯ ମିନିଟରେ ନେହା ଗୋଏଲ  ଓ […]

congress-leader-narasingha-mishra

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 06:22 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାପାନରେ ଚାଲିଥିବା ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ଭାରତ ଚମତ୍କାର ପ୍ରଦର୍ଶନ କରି ୪-୧ ଗୋଲରେ ଚୀନକୁ ହରାଇଛି। ଭାରତ ପକ୍ଷରୁ ଗୁରଜିତ କୌର, ନଭଜ୍ୟୋତ୍  କୌର, ନେହା ଗୋଏଲ ଓ ଅଧିନାୟକ ରାନି ରାମପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମ୍ୟାଚ୍‌ର ୧୯ ମିନିଟରେ ଗୁରଜିତ କୌର ଗୋଲ ଦେଇଥିବା ବେଳେ ୩୨ ମିନିଟରେ ନଭଜ୍ୟୋତ୍  କୌର, ୪୯ ମିନିଟରେ ନେହା ଗୋଏଲ  ଓ ୫୮ ମିନିଟରେ ରାନି ରାମପାଲ ଗୋଲ କରିଥିଲେ। ମ୍ୟାଚ୍‌ର ଆରମ୍ଭରୁ ହିଁ ଚୀନ ଉପରେ ଭାରତୀୟ ମହିଳା ଟିମ୍‌ ଭାରି ପଡିଥିଲା। ପ୍ରଥମରୁ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୧୦-୦ ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଆସନ୍ତାକାଲି ଶେଷ ଲିଗ ମ୍ୟାଚରେ ଭାରତ ମାଲେସିଆକୁ ଭେଟିବ।

Related story