ଆସନ୍ତାକାଲିଠୁ ବ୍ୟାଡମିଣ୍ଟନ୍‌ ଏସିଆ ଟିମ୍ ଚାମ୍ପିଅନ୍‌ସିପ୍, ଖେଳିବେନି ସାଇନା

ହାଇଦ୍ରାବାଦ: ଆସନ୍ତାକାଲିଠାରୁ ହାଇଦ୍ରାବାଦର ଗାଚିବୋୱଲି ଷ୍ଟାଡିୟମରେ ଆରମ୍ଭ ହେବ ବ୍ୟାଡମିଣ୍ଟନ୍‌ଏସିଆ ଟିମ୍ ଚାମ୍ପିଅନ୍‌ସିପ୍। ତେବେ ଏହି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟେନିସ୍ ତାରକା ସାଇନା ନେହୱାଲ୍ ଭାଗ ନେଉ ନାହାନ୍ତି। ତେଣୁ ପଦକ ଜିତିବା ନେଇ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍ ଟିମ୍‌କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଇନାଙ୍କ ଅନୁପସ୍ଥିତିରେ ସମସ୍ତଙ୍କ ନଜର ରହିବ ଜ୍ୱାଲା ଗୁଟ୍ଟା-ଅଶ୍ୱିନି ପୋନ୍ନାପ୍ପା ଡବଲ୍ଯ ଯୋଡ଼ି ଓ ପି.ଭି ସିନ୍ଧୁଙ୍କ ଉପରେ ରହିବ। ଭାରତୀୟ ମହିଳା ଦଳରେ ଏ ତିନି ଜଣଙ୍କୁ […]

saina

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 11:01 AM IST

ହାଇଦ୍ରାବାଦ: ଆସନ୍ତାକାଲିଠାରୁ ହାଇଦ୍ରାବାଦର ଗାଚିବୋୱଲି ଷ୍ଟାଡିୟମରେ ଆରମ୍ଭ ହେବ ବ୍ୟାଡମିଣ୍ଟନ୍‌ଏସିଆ ଟିମ୍ ଚାମ୍ପିଅନ୍‌ସିପ୍। ତେବେ ଏହି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟେନିସ୍ ତାରକା ସାଇନା ନେହୱାଲ୍ ଭାଗ ନେଉ ନାହାନ୍ତି। ତେଣୁ ପଦକ ଜିତିବା ନେଇ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍ ଟିମ୍‌କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଇନାଙ୍କ ଅନୁପସ୍ଥିତିରେ ସମସ୍ତଙ୍କ ନଜର ରହିବ ଜ୍ୱାଲା ଗୁଟ୍ଟା-ଅଶ୍ୱିନି ପୋନ୍ନାପ୍ପା ଡବଲ୍ଯ ଯୋଡ଼ି ଓ ପି.ଭି ସିନ୍ଧୁଙ୍କ ଉପରେ ରହିବ। ଭାରତୀୟ ମହିଳା ଦଳରେ ଏ ତିନି ଜଣଙ୍କୁ ଛାଡ଼ି ଦେଲେ ରୁତଭିକା ଶିବାନୀ ଗାଡ୍ଡେ, ମନୀଷା କେ, ସିକ୍କି ରେଡ୍ଡୀ, ପି.ସି ତୁଳସୀ ଓ ଆରତୀ ସାରା ସୁନୀଲ ସ୍ଥାନିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଜାପାନ ଓ ସିଙ୍ଗାପୁର ସହିତ ଗୋଟିଏ ଗ୍ରୁପ୍‌ରେ ଅଛନ୍ତି।

ବିଶ୍ୱର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ମହିଳା ବ୍ୟାଡ୍‌ମିଣ୍ଟନ୍ ତାରକା ସାଇନାଙ୍କ ଗୋଡ଼ରେ ଆଘାତ ଲାଗିଛି। ଫଳରେ ସେ ଏହି ଟୁର୍ଣ୍ଶମେଣ୍ଟରୁ ଓହରି ଯାଇଛନ୍ତି। ଏହା ପୂର୍ବରୁ ସେ ଲକ୍ଷ୍ମୌରେ ଅନୁଷ୍ଠିତ ସୟିଦ ମୋଦି ଗ୍ରାଁ ପ୍ରି ଗୋଲ୍ଡ ଟୁର୍ଣ୍ଣାମେଣ୍ଟ୍ ଓ ସାଉଥ୍ ଏସିଆନ୍ ଗେମ୍ସରୁ ମଧ୍ୟ ଓହରି ଯାଇଥିଲେ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଡମିଣ୍ଟନ୍‌ଏସିଆ ଟିମ୍ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ପୁରୁଷ ଦଳରେ ରହିଛନ୍ତି କିଦାମ୍ବି ଶ୍ରୀକାନ୍ତ, ଅଜୟ ଜୟରାମ, ଏଚ୍‌ଏସ୍ ପ୍ରନୋୟ, ପାରୁପଲ୍ଲୀ କଶ୍ୟପ, ମନୁ ଅଟ୍ରି, ସୁମୀତ ରେଡ୍ଡୀ, ପ୍ରଣବ ଜେରୀ ଚୋପ୍ରା, ଅକ୍ଷୟ ଦେଓୱାଲକର, ସାତ୍ୱକସାଇରାଜ ଓ ଚିରାଗ ସେଟ୍ଟୀ। ପୁରୁଷ ବର୍ଗରେ ଟପ୍ ବ୍ୟାଡ୍‌ମିଣ୍ଟନ୍ ତାରକା ଲିନ୍ ଡାନ୍, ଚେନ୍ ଲଙ୍ଗ୍ (ଉଭୟ ଚୀନର) ଓ ଲି ଚଙ୍ଗ ୱି (ମାଲେସିଆ) ପ୍ରମୁଖ ଭାଗ ନେଉ ନାହାନ୍ତି। ତଥାପି ଭାରତୀୟ ପୁରୁଷ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ ଏକ ଚ୍ୟାଲେଞ୍ଜ୍ ହେବ। କାରଣ ଦଳ ଚୀନ ଓ ସିଙ୍ଗାପୁର ସହିତ ଗୋଟିଏ ଗ୍ରୁପ୍‌ରେ ଅଛନ୍ତି।

Related story