ଛାରଖାର ହେଲାଣି ବାଲୁଖଣ୍ଡ ଅଭୟାରଣ୍ୟ, ହଜିଗଲାଣି ସୌନ୍ଦର୍ଯ୍ୟ

ପୁରୀ( ମଧୁସୂଦନ ମିଶ୍ର): ପୁରୀ ବାଲୁଖଣ୍ଡର ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଇଥିଲା ପ୍ରଳୟଙ୍କାରୀ ଫୋନି । ଫୋନିର଼ ତାଣ୍ଡବ ଏହି  ଅଭୟାରଣ୍ୟକୁ ଛାରଖାର କରି ରଖି ଦେଇଥିଲା। ଏତିକିରେ ସରିନି ଦୁର୍ଦ୍ଦଶା। ଏବେ ବାଲୁଖଣ୍ଡ ପାଇଁ ବିପତ୍ତି ନେଇ ଆସିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଏହା ଡମ୍ପିୟାର୍ଡ ପରି ଏବେ ଦୃଶ୍ୟମାନ ହେଉଛି। ସହରର ବିଷାକ୍ତ ବର୍ଜ୍ୟବସ୍ତୁ ଏବେ ଗଦା ହେଉଛି ବାଲୁଖଣ୍ଡ ଅଭୟାରଣ୍ୟର ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ । ଦେଶ ବିଦେଶରୁ ପୁରୀ […]

puri-1-12

puri-1-12

Niharika Rout
  • Published: Wednesday, 07 August 2019
  • Updated: 07 August 2019, 02:59 PM IST

Sports

Latest News

ପୁରୀ( ମଧୁସୂଦନ ମିଶ୍ର): ପୁରୀ ବାଲୁଖଣ୍ଡର ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଇଥିଲା ପ୍ରଳୟଙ୍କାରୀ ଫୋନି । ଫୋନିର଼ ତାଣ୍ଡବ ଏହି  ଅଭୟାରଣ୍ୟକୁ ଛାରଖାର କରି ରଖି ଦେଇଥିଲା। ଏତିକିରେ ସରିନି ଦୁର୍ଦ୍ଦଶା।

ଏବେ ବାଲୁଖଣ୍ଡ ପାଇଁ ବିପତ୍ତି ନେଇ ଆସିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଏହା ଡମ୍ପିୟାର୍ଡ ପରି ଏବେ ଦୃଶ୍ୟମାନ ହେଉଛି। ସହରର ବିଷାକ୍ତ ବର୍ଜ୍ୟବସ୍ତୁ ଏବେ ଗଦା ହେଉଛି ବାଲୁଖଣ୍ଡ ଅଭୟାରଣ୍ୟର ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ।

ଦେଶ ବିଦେଶରୁ ପୁରୀ ଆସୁଥିବା ପର୍ଯ୍ୟଟକ, ଏହି ବାଲୁଖଣ୍ଡ ବୁଲିବା ଲାଗି ଭୁଲି ନ ଥାନ୍ତି। ଯେଉଁ ବାଲୁଖଣ୍ଡର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିବାରେ ସଫଳ ହୋଇ ପାରୁଥିଲା, ତାର ସୌନ୍ଦର୍ଯ୍ୟକୁ ତିନି ମାସ ତଳେ ବିଗାଡ଼ି ଦେଇଥିଲା ମହବାତ୍ୟା ଫୋନି । ଆଉ ଏବେ ଏହାକୁ ଅଳିଆ ଗଦାରେ ପରିଣତ ପାଇଁ ପ୍ରଶାସନ ସତେ ଯେମିତି ନିଷ୍ପତ୍ତି ନେଇଛି ।  ଅଭୟାରଣ୍ୟକୁ ଲାଗିଥିବା ମଧୁରଜଳ ସଂରକ୍ଷିତ ଅଞ୍ଚଳରେ ଜମା ହେଉଛି କୁଢ଼ କୁଢ଼ ପଲିଥିନ୍ ଓ ପ୍ଳାଷ୍ଟିକ ଆବର୍ଜନା ।   ଜଙ୍ଗଲର ସବୁଜିମାକୁ ଫେରାଇ ଆଣିବା ପାଇଁ ବନ ବିଭାଗର ପ୍ରୟାସକୁ ପ୍ରଶାସନ  ହତାଦର କରୁଛି  ।

ସାଧାରଣତଃ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା  ନିରୋଳାରେ ଖୋଲାପବନ ପାଇବା ପାଇଁ ବାଲୁଖଣ୍ଡ ଆସିଥାନ୍ତି । ଏବେ କିନ୍ତୁ ମଇଳା  ଆବର୍ଜନ ଗଦା ହେବା ସହ ଗନ୍ଧରେ ଫାଟିପଡୁଛି ସାରା ପରିବେଶ। ଏନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ପ୍ରଦୂଷଣ ରୋକିବା ପାଇଁ ସେହି ସ୍ଥାନରେ ପରୀକ୍ଷାମୂଳକ ଭାବେ ମାଇକ୍ରୋ କମ୍ପୋଷ୍ଟିଂ ପ୍ରୋସେସିଂ ସେଣ୍ଟର କରାଯିବା ସହ ସାଇଣ୍ଟିଫିକ ଉପାୟରେ ତାକୁ କମ୍ପୋଷ୍ଟିଂ ହେବ । ତାସହ ପଲିଥିନକୁ ରିସାଇକ୍ଳିଂ ପାଇଁ ଉଦ୍ୟମ କରାଯାଉଛି ବୋଲି ପୌରସଂସ୍ଥା ନିର୍ବାହୀ ଅଧକାରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos