ଖୋଲୁଛି ଗୁମର, ଧର୍ମେନ୍ଦ୍ରଙ୍କ ଅଡ଼ିଓରେ ମନ୍ତ୍ରୀ ସମୀରଙ୍କ ନାଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ। ଅଡିଓ ସଂପର୍କରେ ପ୍ରେସମିଟ୍‌ରେ ସୂଚନା ଦେଲେ ବିଜେପି ନେତ୍ରୀ ପ୍ରଭାତି ପରିଡ଼ା। ଭୁବନେଶ୍ୱର ବିଜେପି ଅଫିସ୍‌ରେ ସେ ପ୍ରେସ୍‌ମିଟ କରି କହିଛନ୍ତି, ଧର୍ମେନ୍ଦ୍ର ଆତ୍ମହତ୍ୟା ପୂର୍ବରୁ ତାଙ୍କର ଜଣେ ବନ୍ଧୁ ଅକ୍ଷୟ ନାୟକ ନାମକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ମୋବାଇଲ୍‌ରେ କଥା ବେଳେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏଥିଲାଗି ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଥିବା ମୋବାଇଲ୍‌ରେ […]

dharmendra

  • Published: Tuesday, 27 September 2022
  • , Updated: 27 September 2022, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ। ଅଡିଓ ସଂପର୍କରେ ପ୍ରେସମିଟ୍‌ରେ ସୂଚନା ଦେଲେ ବିଜେପି ନେତ୍ରୀ ପ୍ରଭାତି ପରିଡ଼ା। ଭୁବନେଶ୍ୱର ବିଜେପି ଅଫିସ୍‌ରେ ସେ ପ୍ରେସ୍‌ମିଟ କରି କହିଛନ୍ତି, ଧର୍ମେନ୍ଦ୍ର ଆତ୍ମହତ୍ୟା ପୂର୍ବରୁ ତାଙ୍କର ଜଣେ ବନ୍ଧୁ ଅକ୍ଷୟ ନାୟକ ନାମକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ମୋବାଇଲ୍‌ରେ କଥା ବେଳେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏଥିଲାଗି ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଥିବା ମୋବାଇଲ୍‌ରେ କହିଛନ୍ତି। ସମୀରଙ୍କ ସହ ଧର୍ମେନ୍ଦ୍ର ତାଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଏହାର ଅଡିଓ ରେକର୍ଡ ରହିଛି। ତେଣୁ ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦେଇ ତଦନ୍ତ ସାମ୍ନା କରନ୍ତୁ ବୋଲି ପ୍ରଭାତି ଦାବି କରିଛନ୍ତି।

ସେହିପରି ଗଣମାଧ୍ୟକୁ ଅକ୍ଷୟ ସୂଚନା ଦେଇ କହିଛନ୍ତି, ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ରାତିରେ ହିଁ ତାଙ୍କୁ ଫୋନ୍ କରିଥିଲେ। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୧ଟା ହୋଇଥିଲା। ସେ ମାନସୀକ ଅଶାନ୍ତିରେ ଥିବା ପ୍ରକାଶ କରିଥିଲେ। ଆତ୍ମହତ୍ୟା ନିଷ୍ପତ୍ତିର କାରଣର ମୂଳ ମନ୍ତ୍ରୀ ସମୀର ଦାଶଙ୍କ ସମେତ ୭ ଜଣଙ୍କ ନାମ ନେଇଥିଲେ। ସେମାନଙ୍କ ପାଇଁ ସେ ଆତ୍ମହତ୍ୟା କରୁଥିବା କହିଥିଲେ। ଟଙ୍କା କାରବାରକୁ ନେଇ ଚାପ ସାଙ୍ଗକୁ ରାଜନୈତିକ ଚାପ, ପରିବାରିକ ଅଶାନ୍ତି ଓ ପରିବାରକୁ ନଷ୍ଟ କରିବାକୁ ଷଡଯନ୍ତ୍ର ରହିଥିବା ଧର୍ମେନ୍ଦ୍ର ଉଲ୍ଲେଖ କରିଥିଲେ। ମନ୍ତ୍ରୀ ସମୀର ଦାଶ ବିଭିନ୍ନ ସମୟରେ ତାଙ୍କୁ ହଇରାଣ ଓ ଅପବାଦ ଦେଉଥିବା କହିଥିଲେ।  ପ୍ରାୟ ୧ ଘଣ୍ଟା ଫୋନ୍ କଥାବାର୍ତ୍ତା ବେଳେ ସମୀରଙ୍କ ସହ ଠିକାଦାର ମୁନା ମହାପାତ୍ର, ସମ୍ପର୍କିୟ ଭାଣେଜୀ ଚିନୁ, ଗୋପ ବ୍ଲକ ପୂର୍ବତନ ଜଣେ ଅଧ୍ୟକ୍ଷଙ୍କ ନାତୁଣୀଙ୍କ ନାମ ଆତ୍ମହତ୍ୟା ନିଷ୍ପତ୍ତିର କାରଣ ବୋଲି କହିଥିଲେ।

ଧର୍ମେନ୍ଦ୍ରଙ୍କ ଡାକ ନାଁ ଟୁକୁନା ବାବୁ। ହେଲେ ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ମାମଲାର ଠିକ୍ ଭାବେ ତଦନ୍ତ କରିଲା ନାହିଁ। ତେଣେ ସାମ୍ନାକୁ ଆସିବାକୁ ପଡ଼ିଲା ବୋଲି ଅକ୍ଷୟ କହିଛନ୍ତି। ପୁଲିସ ଉପରେ ବିଶ୍ୱାସ ନ ଥିବା ବେଳେ ବିଜେପି ତାଙ୍କୁ ସୁରକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେବାରୁ ସେ ସାମ୍ନାକୁ ଆସିଛନ୍ତି। ପୁଲିସ ଆବଶ୍ୟକ କଲେ ତଦନ୍ତରେ ସେ ସହଯୋଗ କରିବେ ଓ ଅଡିଓ ଟେପ୍ ଦେବେ ବୋଲି ଅକ୍ଷୟ କହିଛନ୍ତି।

ଏହି ଅଡିଓ ସାମ୍ନାକୁ ଆସିବା ପରେ ସମୀରଙ୍କୁ ମନ୍ତ୍ରୀମଣ୍ଡରରୁ ବହିଷ୍କାର କରିବା ସହ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବିଜେପି ପୁରୀ ଜିଲ୍ଲା ସଭାପତି ଅଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି।

Related story