ଆଜିଠୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଥମ ଥର ପାଇଁ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଫେବ୍ରୁଆରି ୧ ତାରିଖରେ ବଜେଟ ଆସିବ ତା ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଏଥର ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଆୟକର ସୀମାରେ କିଛିଟା […]

parliament-kTNE--621x414@LiveMint

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 09:59 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଥମ ଥର ପାଇଁ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଫେବ୍ରୁଆରି ୧ ତାରିଖରେ ବଜେଟ ଆସିବ ତା ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଏଥର ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଆୟକର ସୀମାରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ମୁଖତଃ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ଆସିପାରୋ ଏଥର ଅଧିବେଶନରେ ଟ୍ରିପଲ ତଲାକ ଓ ଓବିସି କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ପାସ୍ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ଅଧିବେଶନରେ ଟ୍ରିପଲ ତଲାକ ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଟକି ରହିଥିଲା ସେପଟେ ସରକାରଙ୍କୁ ଘେରିବା ପାଇଁ କେତେକ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିପାରେ ବିରୋଧୀ। ଏଥିମଧ୍ୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଦେଖାଦେଇଥିବା ନ୍ୟାୟପାଳିକା ବିବାଦ ହେଉଛି ମୁଖ୍ୟ ପ୍ରସଙ୍ଗ।

Related story