ଟଙ୍କାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର କେନ୍ଦ୍ରଠାରୁ ୭ ହଜାର ୫ଶହ ୪୪ କୋଟି ଟଙ୍କା ପାଇବା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।  ବିଭିନ୍ନ ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ବଜେଟରେ ଟଙ୍କା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରି ନାହାନ୍ତି । କାମ୍ପା ଫଣ୍ଡରେ ଆସୁଥିବା ଟଙ୍କାକୁ କେଉଁ ଦିଗରେ ଖର୍ଚ୍ଚ କରିଛନ୍ତି ସରକାର ତାକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ରୀୟ […]

789

Tapas Behera
  • Published: Sunday, 10 November 2019
  • , Updated: 10 November 2019, 04:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର କେନ୍ଦ୍ରଠାରୁ ୭ ହଜାର ୫ଶହ ୪୪ କୋଟି ଟଙ୍କା ପାଇବା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।  ବିଭିନ୍ନ ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ବଜେଟରେ ଟଙ୍କା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରି ନାହାନ୍ତି । କାମ୍ପା ଫଣ୍ଡରେ ଆସୁଥିବା ଟଙ୍କାକୁ କେଉଁ ଦିଗରେ ଖର୍ଚ୍ଚ କରିଛନ୍ତି ସରକାର ତାକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ରୀୟ ଅର୍ଥ ରାଜ୍ୟ ଖର୍ଚ୍ଚ କରି ନପାରି କେବଳ ଅଭିଯୋଗ କରୁଥିବା କହିଛନ୍ତି ପୃଥ୍ୱୀରାଜ ।

ସେପଟେ କେନ୍ଦ୍ରଠୁ ପାଇବାକୁ ଥିବା ଟଙ୍କା ରାଜ୍ୟକୁ ମିଳିବା ଦରକାର ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।ଅ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କେନ୍ଦ୍ର ଉପରେ ବକେୟା ଥିବା ରାଶିର ସମୀକ୍ଷା କରିଥିଲେ। ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କେନ୍ଦ୍ରଠାରୁ ୭ ହଜାର ୫ଶହ ୪୪ କୋଟି ଟଙ୍କା ପାଇବାର ଅଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା ଆଦି ଏଥିରେ ଅନ୍ତର୍ଭୁକ୍ତ।

Related story