ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର କ୍ୟାବିନେଟ ଶିକ୍ଷା ନୀତି ୨୦୨୦କୁ ଅନୁମତି ଦେଇଛି। ଏହାକୁ ନେଇ କଂଗ୍ରେସ ଏବେ ପ୍ରଶ୍ନ ଉଠାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ୱିଟ କରି କହିଛନ୍ତି, ନୂଆ ଶିକ୍ଷା ନୀତି ମାଧ୍ୟମରେ ମାନବ ବିକାଶର ଚିନ୍ତାଧାରା, ଜ୍ଞାନ ଆହରଣ, କ୍ରିଟିକାଲ ଥିଙ୍କିଙ୍ଗ୍ ଏବଂ ଜିଜ୍ଞାସା ଭାବନାକୁ ଦୂରେଇ ଦେଇଛନ୍ତି।
राष्ट्रीय शिक्षा नीति 2020 –
मानवीय विकास, ज्ञान प्राप्ति, क्रिटिकल थिंकिंग एवं जिज्ञासा की भावना हुई दरकिनार।न परामर्श, न चर्चा, न विचार विमर्श और न पारदर्शिता!
हमारा बयान: pic.twitter.com/DBMxfCOclh
— Randeep Singh Surjewala (@rssurjewala) August 2, 2020
ଏକ ପ୍ରେସ ବିବୃତ୍ତି ଜାରି କରି ସୁରଜେଓ୍ୱାଲା କହିଛନ୍ତି, ଶିକ୍ଷା ନୀତି ୨୦୨୦ ‘ ସ୍କୁଲ ଏବଂ ଉଚ୍ଚଶିକ୍ଷା’ରେ ପରିବର୍ତ୍ତନଶୀଳ ସଂସ୍କାର ହେବା ଦରକାର। ହେଲେ ସରକାର ଏହି ନୀତିରେ କେବଳ ଦେଖେଇବା ପାଇଁ ଅଧିକ ଚେଷ୍ଟା କରିଛନ୍ତି, ହେଲେ ବାସ୍ତବରେ ସେମିତି କିଛି ନୁହେଁ।
ସେ ଆହୁରି କହିଛନ୍ତି, କରୋନା ମହାମାରୀ ବେଳେ ଯେତେବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ସେତେବେଳେ ଶିକ୍ଷା ନୀତି ୨୦୨୦ ନିଷ୍ପତ୍ତି କାହିଁକି ନିଆଗଲା? ବିଜେପି-ଆରଏସଏସ ସହିତ ଜଡିତ ଥିବା ଲୋକଙ୍କୁ ଛାଡି, ସମଗ୍ର ଶିକ୍ଷାବିତ ବର୍ଗ ଏହାକୁ ବିରୋଧ କରୁଛନ୍ତି। ନିଷ୍ପତ୍ତି ନେବା ପୂର୍ବରୁ ବିସ୍ତୁତ ଭାବରେ ଆଲୋଚନା ଦେବା ଦରକାର ଥିଲା।
ଆସନ୍ତାକାଲିର ଭବିଷ୍ୟତ ନିର୍ଣ୍ଣୟ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ନୀତି ପାସ୍ କରିବା ପୂର୍ବରୁ ମୋଦି ସରକାର ସଂସଦରେ ଆଲୋଚନା କିମ୍ବା ପରାମର୍ଶର ଆବଶ୍ୟକତା ଥିଲା ବୋଲି ସୁରଜେଓ୍ୱାୱା କହିଛନ୍ତି। ଯେତେବେଳେ କଂଗ୍ରେସ ‘ଶିକ୍ଷା ଅଧିକାର ଆଇନ’ ଆଣିଥିଲା, ଏହାକୁ ନେଇ ସଂସଦ ଭିତରେ ଓ ବାହାରେ ପ୍ରତ୍ୟେକ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ବୋଲି ସୁରଜେଓ୍ୱାଲା କହିଛନ୍ତି।
ଶିକ୍ଷା ନୀତି ୨୦୨୦ ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ମୋଦି ସରକାରଙ୍କ ବଜେଟରେ ୨୦୧୪-୧୫ ରେ ୪.୧୪ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ୨୦୨୦-୨୧ ରେ ୩.୨ ପ୍ରତିଶତ ଏହି ଖର୍ଚ୍ଚ ହାର ଖସି ଆସିଛି।
କରୋନା ମହାମାରୀ ପାଇଁ ଚଳିତ ବର୍ଷ ମଧ୍ୟ ଏହି ବଜେଟର ପରିମାଣ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବ, ଯେଉଁ କାରଣରୁ ଶିକ୍ଷା ଖର୍ଚ୍ଚ ମୋଟ ବଜେଟର ୨ ପ୍ରତିଶତ (ପ୍ରାୟ) ରହିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।