ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହରକୁ ନେଇ ଆଶଙ୍କାରେ ଥିବା ରାଜ୍ୟ ସରକାର ଏବେ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବର୍ଗର ଲୋକମାନଙ୍କୁ ତୁରନ୍ତ ଟିକାକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛି। ମିଳିଥିବା ସୂଚନା ଅନୁସାରେ, ଏନଜିଓ,ସ୍ୱେଚ୍ଛାସେବୀ ଓ […]

Vaccine

Ordigital Desk
  • Published: Wednesday, 25 August 2021
  • , Updated: 25 August 2021, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଲହରକୁ ନେଇ ଆଶଙ୍କାରେ ଥିବା ରାଜ୍ୟ ସରକାର ଏବେ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କୋଭିଡ୍ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ବର୍ଗର ଲୋକମାନଙ୍କୁ ତୁରନ୍ତ ଟିକାକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛି।

ମିଳିଥିବା ସୂଚନା ଅନୁସାରେ, ଏନଜିଓ,ସ୍ୱେଚ୍ଛାସେବୀ ଓ ସହୃଦୟ ନାଗରିକମାନଙ୍କ ସହଯୋଗରେ ସମସ୍ତ ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ କୋଭିଡ୍ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶନାମା ଜାରି କରିଛନ୍ତି। ତେଣୁ ବିଭିନ୍ନ ଥଇଥାନ କେନ୍ଦ୍ର ସମେତ ଅନ୍ୟାନ୍ୟ ସ୍ଥାନରେ ରହିଥିବା ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ ଟିକା ପ୍ରଦାନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କରଜ୍ୟୋତି ଶର୍ମା ଅନୁରୋଧ କରିଛନ୍ତି। ଜିଲ୍ଲାପାଳମାନେ ମଧ୍ୟ ଏହି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।

ତେବେ ରାଜ୍ୟ ସରକାର କେବେସୁଦ୍ଧା ଓ କିଭଳି ଢଙ୍ଗରେ ଏହି ଭିକାରୀ, ନିରାଶ୍ରୟ ଓ ଯାଯାବରଙ୍କୁ ଟିକା ଦେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଗାଇଡଲାଇନ୍ ଜାରି କରିନଥିବା ଜଣାପଡ଼ିଛି।

Related story