ଦେନା ଓ ବିଜୟା ବ୍ୟାଙ୍କ ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ

ନୂଆଦିଲ୍ଲୀ: ଦେନା ଓ ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସହ ମିଶିବା ପରେ ଏହି ତିନୋଟି ବ୍ୟାଙ୍କ ଏକା ପ୍ରକାର ସମସ୍ତ ସେବା ପାଇବେ। ତେବେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଋଣ ପରିଶୋଧ ହାର ମଧ ବ୍ୟାଙ୍କ ଅଫ ବରୋଦା ଭଳି ରହିବ ଜଣାପଡ଼ିଛି। ତେବେ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଜାତୀୟ ଦୈନିକ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ ଏହି ସୂଚନା ଦେଇଛି। ବାର୍ଷିକ ସମ୍ମିଳନୀରେ ଏ ବାବଦରେ […]

banks-collage-1200x563

Subhransu Sekhar
  • Published: Wednesday, 03 April 2019
  • , Updated: 03 April 2019, 01:59 PM IST

ନୂଆଦିଲ୍ଲୀ: ଦେନା ଓ ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସହ ମିଶିବା ପରେ ଏହି ତିନୋଟି ବ୍ୟାଙ୍କ ଏକା ପ୍ରକାର ସମସ୍ତ ସେବା ପାଇବେ। ତେବେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଋଣ ପରିଶୋଧ ହାର ମଧ ବ୍ୟାଙ୍କ ଅଫ ବରୋଦା ଭଳି ରହିବ ଜଣାପଡ଼ିଛି।

ତେବେ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଜାତୀୟ ଦୈନିକ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ ଏହି ସୂଚନା ଦେଇଛି। ବାର୍ଷିକ ସମ୍ମିଳନୀରେ ଏ ବାବଦରେ ଆଲୋଚନା ହେବ ବୋଲି ବ୍ୟାଙ୍କ ଅଫ ବରୋଦାର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏପ୍ରିଲ ପହିଲାରୁ ବ୍ୟାଙ୍କ ଅଫ ବରୋଦା ସହ ଦେନା ଓ ବିଜୟା ବ୍ଯାଙ୍କର ମିଶ୍ରଣ ହୋଇଛି।

ସୂଚନାଯୋଗ୍ୟ, ବ୍ୟାଙ୍କ ଅଫ ବରୋଦାର ଋଣ ଉପରେ ସୁଧ ହାର ୮.୬୫ ଥିବାବେଳେ ଦେନା ବ୍ଯାଙ୍କର ୮.୮୦ ଏବଂ ବିଜୟା ବ୍ଯାଙ୍କର ୮.୭୫ ରହିଛି।

Related story