ଅନ୍ତର୍ଜାତୀୟ ସୁନା ସ୍ମଗଲିଂର ରୁଟ୍‌ ସାଜିଛି ଭୁବନେଶ୍ୱର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଳା ପୁଳା ସୁନା ଦେଖିବାକୁ ଚାହୁଁଛନ୍ତି ? ଏଠିକି ସେଠିକି ନଯାଇ ରାଜଧାନୀ ଆସି ପାରିବେ। ଏଠାରେ ପୁଳା ପୁଳା ସୁନା ସବୁଦିନ ମିଳୁଛି। ଏବେ ଭାବୁଥିବେ କେଉଁଠି ମିଳୁଛି ଏହି ସୁନା। ଆମେ କହୁଛୁ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର କଥା। ଏଠାରେ ପ୍ରାୟ ସବୁଦିନ ମେଞ୍ଚା ମେଞ୍ଚ ସୁନା ମିଳୁଛି। ସ୍ଥିତି ଏମିତି ହୋଇଛି ଯେ, ଏବେ ବିମାନବନ୍ଦରର ସୁରକ୍ଷା ଓ ରାଜଧାନୀରେ ଅପରାଧ ସାମ୍ରାଜ୍ୟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। […]

BIJU-PATNAIK-AIRPORT

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 12:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଳା ପୁଳା ସୁନା ଦେଖିବାକୁ ଚାହୁଁଛନ୍ତି ? ଏଠିକି ସେଠିକି ନଯାଇ ରାଜଧାନୀ ଆସି ପାରିବେ। ଏଠାରେ ପୁଳା ପୁଳା ସୁନା ସବୁଦିନ ମିଳୁଛି। ଏବେ ଭାବୁଥିବେ କେଉଁଠି ମିଳୁଛି ଏହି ସୁନା। ଆମେ କହୁଛୁ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର କଥା। ଏଠାରେ ପ୍ରାୟ ସବୁଦିନ ମେଞ୍ଚା ମେଞ୍ଚ ସୁନା ମିଳୁଛି। ସ୍ଥିତି ଏମିତି ହୋଇଛି ଯେ, ଏବେ ବିମାନବନ୍ଦରର ସୁରକ୍ଷା ଓ ରାଜଧାନୀରେ ଅପରାଧ ସାମ୍ରାଜ୍ୟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ସୂଚନାଯୋଗ୍ୟ, ବିମାନବନ୍ଦରରୁ ଆଜି ପୁଣି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି। ଏହି ସୁନା ବ୍ୟାଙ୍କକରୁ ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଯାଞ୍ଚ କରି ଧରିଛନ୍ତି।

୨ଦିନ ତଳେ ବିମାନବନ୍ଦରରେ ପ୍ରାୟ ୧୨ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ ହୋଇଥିଲା।

ଗତ ୧୨ ତାରିଖରେ ମଧ୍ୟ ବିମାନବନ୍ଦରରୁ ସୁନା ସହ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା। ଜବତ ସୁନା ଓ ଟଙ୍କା ମିଶି ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା।

ସୁନା ଚୋରା ଚାଲାଣ ପାଇଁ ସ୍ମଗଲରମାନେ ଭୁବନେଶ୍ୱର ବିମାନବନ୍ଦରକୁ କାହିଁକି ବାଛୁଛନ୍ତି। ଏହା କ’ଣ ଏହି ଚୋରା ବେପାର ପାଇଁ ସୁରକ୍ଷିତ ରୁଟ୍‌ ? ଭୁବନେଶ୍ୱର କ’ଣ ଅନ୍ତର୍ଜାତୀୟ ସୁନା ସ୍ମଗଲିଂର ପେଣ୍ଠ ପାଲଟିଛି ? ରାଜଧାନୀକୁ ସୁନା ଆସିବା ପରେ କ’ଣ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ଭଳି ପ୍ରଶ୍ନ ଉଠିବାରେ ଲାଗିଛି।

ଗତ କିଛିଦିନ ହେବ ପୋଲିସ୍‌ ବିମାନବନ୍ଦରରୁ ସୁନା ଜବତ କରୁଛି। ମାର୍ଚ୍ଚ ୧୨ରୁ ୩୧ ତାରିଖ ମାତ୍ର ୧୯ ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଏହା ଗୋଟିଏ ଆଡକୁ ଇଙ୍ଗିତ କରୁଛି। ଯଦି ୧୯ ଦିନରେ ୩ ଥର ସୁନା ଜବତ ହୋଇପାରୁଛି, ଏହା ଅନ୍ତର୍ଜାତୀୟ ସୁନା ସ୍ମଗଲିଂର ପୁରୁଣା ରୁଟ୍‌ ହୋଇପାରେ। ଏହି ୧୯ ଦିନ ପୂର୍ବରୁ ବିମାନବନ୍ଦର ଦେଇ ସୁନା ଓଡ଼ିଶା ନିଶ୍ଚିତ ଆସିଥାଇ ପାରେ।

ରାଜଧାନୀ ବିଦେଶୀ ସ୍ମଗଲିଂର ଡିପୋ ସାଜିଛି କି? ଯଦି ସାଜିଛି, ଏହାର ସୂଚନା ପୋଲିସ ପାଖରେ ଥିଲା କି ନାହିଁ ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି।

 

Related story