ନବୀନ ସରକାରଙ୍କ ଉପରେ ଚାଷୀ କ୍ଷୁବ୍ଧ, ଶହ ଶହ ଲିଟର କ୍ଷୀର ଢାଳି ଦେଲେ

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝରରେ ଦୁଗ୍ଧ ଚାଷୀଙ୍କୁ ଅଭିନବ ପ୍ରତିବାଦ। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । କ୍ଷୀରର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଡିଏମ୍ଏଫ୍ ଫଣ୍ଡରୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟଙ୍କୁ ଆର୍ଥିକ ସହାୟତା ଭଳି ୫ଟି ଦାବି […]

g90

Tapas Behera
  • Published: Wednesday, 30 January 2019
  • , Updated: 30 January 2019, 03:48 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝରରେ ଦୁଗ୍ଧ ଚାଷୀଙ୍କୁ ଅଭିନବ ପ୍ରତିବାଦ। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । କ୍ଷୀରର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଡିଏମ୍ଏଫ୍ ଫଣ୍ଡରୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟଙ୍କୁ ଆର୍ଥିକ ସହାୟତା ଭଳି ୫ଟି ଦାବି କରି ଆସୁଛନ୍ତି ଚାଷୀ। ହେଲେ ସରକାର ନ ଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶହ ଶହ ଲିଟର କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ।

Related story