୨-୩ ଦିନ ମଧ୍ୟରେ ଦିଲ୍ଲୀରୁ କଟକଣା ହଟିବ : ମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଦିଲ୍ଲୀରୁ କଟକଣା ହଟିବ। ଆସନ୍ତା ୨-୩ ଦିନ ଭିତରେ କୋଭିଡ୍ ମାମଲା ହ୍ରାସ ପାଇବ।  ତେଣୁ ସରକାର ପ୍ରତିବନ୍ଧକକୁ ହଟାଇବେ।  ବୁଧବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି। ଆଜି ୨୫,୦୦୦ କୋଭିଡ୍ ମାମଲା ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି। ସେ କହିଛନ୍ତି  ଜାତୀୟ ରାଜଧାନୀରେ କୋଭିଡ ମାମଲା ସ୍ଥିର ଅବସ୍ଥାକୁ ଆସିଛି। ସଂକ୍ରମଣ ଶୀଘ୍ର କମିବାର ସମ୍ଭାବନା ରହିଛି।  ହସପିଟାଲରେ ଆଡମିଶନ ସ୍ଥତି ମଧ୍ୟ ସ୍ଥିର ରହିଛି ।  ଦିଲ୍ଲୀର […]

covid

Tapas Behera
  • Published: Wednesday, 12 January 2022
  • , Updated: 12 January 2022, 02:37 PM IST

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଦିଲ୍ଲୀରୁ କଟକଣା ହଟିବ। ଆସନ୍ତା ୨-୩ ଦିନ ଭିତରେ କୋଭିଡ୍ ମାମଲା ହ୍ରାସ ପାଇବ।  ତେଣୁ ସରକାର ପ୍ରତିବନ୍ଧକକୁ ହଟାଇବେ।  ବୁଧବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି। ଆଜି ୨୫,୦୦୦ କୋଭିଡ୍ ମାମଲା ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି। ସେ କହିଛନ୍ତି  ଜାତୀୟ ରାଜଧାନୀରେ କୋଭିଡ ମାମଲା ସ୍ଥିର ଅବସ୍ଥାକୁ ଆସିଛି। ସଂକ୍ରମଣ ଶୀଘ୍ର କମିବାର ସମ୍ଭାବନା ରହିଛି।  ହସପିଟାଲରେ ଆଡମିଶନ ସ୍ଥତି ମଧ୍ୟ ସ୍ଥିର ରହିଛି ।  ଦିଲ୍ଲୀର ଅନେକ ବେଡ ଖାଲି ରହିଛି। ମୁମ୍ବାଇ ଭଳି ଦିଲ୍ଲୀରେ ମଧ୍ୟ ସ୍ଥତି ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ଦିଲୀରେ ୨୧୨୫ଟି ମାମଲା ରେକର୍ଡ଼ ହୋଇଛି। ମେ’ ୧ ଠାରୁ ଏହା ହେଉଛି ସର୍ବାଧିକ ମାମଲା। ଗତକାଲି ୨୩ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ଘଟିଛି।  ଜୁନ୍‌ ୧୬ଠାରୁ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ସେହପରି ପଜିଟିଭିଟି ରେଟ୍‌ ୨୫.୬୫ ପ୍ରତିଶତକୁ ବୃଦ୍ଧି ପାଇଛି।  ସଂକ୍ରମଣ ବୃଦ୍ଧି ମାମଲାକୁ ଦେଖି ଦିଲ୍ଲୀ ସରକାର ସସ୍ତଙ୍କ ପ୍ରାଇଭେଟ ଅଫିସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରେଷ୍ଟୁରାଣ୍ଟ ଏବଂ ବାର ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା । କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଲକଡାଉନ ଲାଗୁ  କରାଯାଇ ନାହିଁ ବୋଲି ସରକାର କହିଥିଲେ।

Related story