ବିନା ଭକ୍ତରେ ଚାଲିଛି ମାଆଙ୍କ ଆରାଧନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହା ସପ୍ତମୀ। ପରମ୍ପରା ଓ ରୀତିନୀତି ଅନୁସାରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଛି ପୂଜାର୍ଚ୍ଚନା। ସପ୍ତମୀ ନୀତି ଅନୁସାରେ ମଣ୍ଡପରେ ମାଆଙ୍କ ନୀତିକାନ୍ତି ଚାଲିଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା। କଟକ ବାସିନ୍ଦାଙ୍କ ଆଗ୍ରହ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ […]

durga-puja

Manoranjan Sial
  • Published: Friday, 23 October 2020
  • , Updated: 24 October 2020, 08:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହା ସପ୍ତମୀ। ପରମ୍ପରା ଓ ରୀତିନୀତି ଅନୁସାରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଛି ପୂଜାର୍ଚ୍ଚନା। ସପ୍ତମୀ ନୀତି ଅନୁସାରେ ମଣ୍ଡପରେ ମାଆଙ୍କ ନୀତିକାନ୍ତି ଚାଲିଛି।

ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା। କଟକ ବାସିନ୍ଦାଙ୍କ ଆଗ୍ରହ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ ଟେଲିଭିଜନ ଓ ମୋବାଇଲ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଉଛି। ଚଳିତବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୁପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବଦେବୀ।

କରୋନା ମହାମାରୀ କାରଣରୁ ଏଥର ସାଧାରଣ ଦର୍ଶନ ବନ୍ଦ ରହିଛି। ଯାହା ଫଳରେ ରାଜ୍ୟରେ ପ୍ରାୟ ସମସ୍ତ ସହରରେ ଭିଡ଼ ଦେଖିବାକୁ ମିଳିନି। ଦଶହରାର ମାହୋଲ ଏକପ୍ରକାର ଫିକା ପଡ଼ିଛି।

 

Related story