ସରକାରଙ୍କ ନିର୍ଦ୍ଦେଶ: ଏଣିକି ହେଲୋ ନୁହେଁ, ବନ୍ଦେ ମାତରମ୍‌ କହିବା ବାଧ୍ୟ

ମୁମ୍ବାଇ: ଏଣିକି ଫୋନ୍‌ ଆସିଲା ଆଉ ହେଲୋ ନୁହେଁ। ଏହା ବଦଳରେ କହିବାକୁ ପଡିବ ବନ୍ଦେ ମାତରମ୍‌। ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହେଲୋ ବଦଳରେ ବନ୍ଦେ ମାତରମ କହିବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୁଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନୂଆ ନିୟମ ଲାଗୁ କରାଯାଇଛି। କେବଳ ସେତିକି […]

Phone call

Madhupriya Mistry
  • Published: Sunday, 02 October 2022
  • , Updated: 02 October 2022, 09:35 AM IST

ମୁମ୍ବାଇ: ଏଣିକି ଫୋନ୍‌ ଆସିଲା ଆଉ ହେଲୋ ନୁହେଁ। ଏହା ବଦଳରେ କହିବାକୁ ପଡିବ ବନ୍ଦେ ମାତରମ୍‌। ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହେଲୋ ବଦଳରେ ବନ୍ଦେ ମାତରମ କହିବେ। ଏହା ସେମାନଙ୍କ ପାଇଁ ବାଧ୍ୟତାମୁଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନୂଆ ନିୟମ ଲାଗୁ କରାଯାଇଛି।

କେବଳ ସେତିକି ନୁହେଁ, ସାଧାରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି। କେହି କାହାକୁ ଭେଟିବାକୁ ଆସିଲେ ତାଙ୍କୁ ବନ୍ଦେ ମାତରମ କହି ସ୍ୱାଗତ କରିବାକୁ ଲୋକଙ୍କୁ ସଚେନତା କରାଯାଉ ବୋଲି ମହାରାଷ୍ଟ୍ର ସରକାର ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ହ୍ୟାଲୋ କହିବା ଅର୍ଥ ବିଦେଶ ସଂସ୍କୃତିର ନକଲ କରିବା। ଇଏ ଏକ ଏମିତି ଅଭିବାଦନ ଯାହାର ସ୍ୱତନ୍ତ୍ର ମୂଲ୍ୟ କିଛି ନାହିଁ। ଏଥିରେ କୌଣସି ସ୍ନେହ ଭାବ କି ଆଦରଭାବ ଜାଗ୍ରତ ହେଉନାହିଁ। ତେଣୁ ହେଲୋ ନ କହି ବନ୍ଦେ ମାତରମ କରିବା ଦରକାର ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

ମହାରାଷ୍ଟ୍ରରେ ନୂଆ ସରକାର ଆସିବା ପରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଧିର ମୁଗଣ୍ଟିୱାର ଅଗଷ୍ଟ ମାସରେ ପ୍ରଥମେ ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ନେଇ କେତେକ ମୁସଲମାନ ସଙ୍ଗଟନ ପକ୍ଷରୁ ବିରୋଧ କରାଯାଇଥିଲା। ସେମାନେ ଆପତ୍ତି ଉଠାଇ ଏଭଳି କରିବାକୁ ମନା କରିଦେଇଥିଲେ। ଏବେ କିନ୍ତୁ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ବିଜେପି ନେତା ସୁଧିର ମୁଗଣ୍ଟିୱାର କହିଛନ୍ତି 'ଦେଶ ୭୫ ତମ ସ୍ୱାଧିନତା ଦିବସ ପାଳନ କରୁଛି। ଏହାର ଗୁରୁତ୍ୱ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ଯେ ସରକାରୀ କର୍ମଚାରୀ ଆଉ ହେଲୋ କହିବେ ନାହିଁ ତା ବଦଳରେ ବନ୍ଦେ ମାତରମ କହି ଫୋନ୍‌ରେ କଥାବାର୍ତ୍ତା କରିବେ।'

Related story