Advertisment

୬୨ ଯୁଦ୍ଧ ପ୍ରସଙ୍ଗ ଆଲୋଚନା ପାଇଁ ନେହରୁ ରାଜି ହୋଇଥିଲେ, ଏବେ ମୋଦି ଡରୁଛନ୍ତି: ଥରୁର୍‌

ନୂଆଦିଲ୍ଲୀ:ଚାଇନା-ଭାରତ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଦ୍ୟ ସୃଷ୍ଟି ହୋଇଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଛି। ଅରୁଣାଚଳ ପ୍ରଦେଶ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ମୋଦି ସରକାରଙ୍କ ବିଫଳତାକୁ ବିରୋଧୀ ଦାୟୀ କରି ଆସୁଥିବା ବେଳେ ସଂସଦରେ ଏ ସମ୍ପର୍କରେ ଆଲୋଚନା ପାଇଁ ଅଡ଼ି ବସିଛନ୍ତି। ହେଲେ କେନ୍ଦ୍ର ସରକାର ଆଲୋଚନା ପାଇଁ ସୁଯୋଗ ଦେଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ନେତା  ଶଶି ଥରୁର କହିଛନ୍ତି ଯେ, […]

ମୋତେ ବି ଭଲ ହିନ୍ଦୀ କହି ଆସେ, ଏମିତି କାହିଁକି କହିଲେ ଶଶି ଥରୁର

sashi-tharoor

Advertisment

ନୂଆଦିଲ୍ଲୀ:ଚାଇନା-ଭାରତ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଦ୍ୟ ସୃଷ୍ଟି ହୋଇଥିବା ମୁହାମୁହିଁ ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଛି। ଅରୁଣାଚଳ ପ୍ରଦେଶ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ମୋଦି ସରକାରଙ୍କ ବିଫଳତାକୁ ବିରୋଧୀ ଦାୟୀ କରି ଆସୁଥିବା ବେଳେ ସଂସଦରେ ଏ ସମ୍ପର୍କରେ ଆଲୋଚନା ପାଇଁ ଅଡ଼ି ବସିଛନ୍ତି। ହେଲେ କେନ୍ଦ୍ର ସରକାର ଆଲୋଚନା ପାଇଁ ସୁଯୋଗ ଦେଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ନେତା  ଶଶି ଥରୁର କହିଛନ୍ତି ଯେ, ୧୯୬୨ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଥିବା ଜବାହରଲାଲ ନେହରଙ୍କ ସଂସଦୀୟ ଆଚରଣକୁ ମନେ ପକାଇ ଦେଥିଲେ। ସେ କହିଥିଲେ ଯେ, ସେତବେଳେ ମଧ୍ୟ ଭାରତ-ଚାଇନା ପ୍ରସଙ୍କୁକୁ ନେଇ ଗୃହରେ ଆଲୋଚନା ହୋଇଥିଲା। ଏବେ  ଅରୁଣାଚଳ ପ୍ରଦେଶ ସୀମାରେ ସଂଘର୍ଷକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ‌ଥରୁର ବର୍ଷିଥିବା ବେଳେ ବିତର୍କ ପାଇଁ ଅରାଜି ହେଉଥିବାରୁ ତୀବ୍ର ସମାଲୋଚନା କରିଛନ୍ତି। ଥରୁର କହିଛନ୍ତି ଯେ,  ଆମେ କେବଳ ଆଲୋଚନା ଚାହୁଁଛୁ। ୧୯୬୨ ମସିହାରେ ଚାଇନା ବିପକ୍ଷରେ ଯୁଦ୍ଧ ସମୟରେ ମଧ୍ୟ ନେହରୁ ସଂସଦରେ ଆଲୋଚନା ପାଇଁ ରାଜି ହୋଇଥିଲେ।

Advertisment

ସେ ସମସ୍ତଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଥିଲେ। ମୁଁ ଭାବୁଛି ସହେତେବେଳେ ୧୦୦ରୁ ଅଧିକ ସାଂସଦ  ବିତର୍କରେ ଭାଗ ଅନେଥିଲେ ଏବଂ ସେଇ ଅନୁସାରେ ନିଷ୍ପତ୍ତି ନିଆଯାଇଥିଲା ।  ଗଣତନ୍ତ୍ର ଏମିତି  ଚାଲିବା ଉଚିତ। ସେ କହିଛନ୍ତି ଯେ, ୧୯୬୨ ମସିହାରେ ଜବାହରଲାଲ ନେହରୁଙ୍କ  ନରମ ନୀତି ଓ ଯୁଦ୍ଧରେ ଯେଉଁ କ୍ଷତି ଘଟିଲା ସେଥିପାଇଁ ବିଜେପି ଆକ୍ଷେପ ଓ କରି ଆସୁଛି। ଅଥଚ ନିଜେ ଏବେ ଆଲୋଚନାକରୁ ଡରୁଛନ୍ତି।  ସୀମାରେ ଉତ୍ତେଜନା ପ୍ରସଙ୍କୁଚ ନେଇ ଆଲୋଚନା ପାଇଁ ସୁଯୋଗ ଦିଆନିଯବାରୁ ଏହାର ପ୍ରତିବାଦରେ  ବିରୋଧୀମାରନେ ଆଜି ଦ୍ୱିତୀୟ ଦିନରେ ବି ଗୃହ ତ୍ୟାଗ କରିଛନ୍ତି । ଥରୁର କହିଛନ୍ତି ଯେ, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମ ଦେଶ ସଂସଦୀୟ ଉତ୍ତରାଦାଇତ୍ୱ ଚାହେଁ।

ଏପରିକି ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସେଥିରେ କେତେକ ନିର୍ଦ୍ଧିଷ୍ଟ ଜିନିଷକୁ ଗୋପନ ରଖିବାକୁ ନିୟମ ରହିଛି, କିନ୍ତୁ ନୀତିଗତ ପ୍ରସଙ୍ଗକୁ  ନେଇ ଆଲୋଚନା ହୋଇପାରିବ। ସେ କହିଛନ୍ତି ଯେ, ଗତ ୫ ବର୍ଷ ହେବ ଭାରତ ସୀମାରେ ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ରେ ଚାଇନା ବଦମାସି କରି ଆସୁଛି।  ୨୦୧୭ରେ ଡୋକଲାମଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ତାୱାଙ୍ଗରେ ଘଟଣା ଘଟିଚାଲିଛି। ସେଥି ମଧ୍ୟରେ ଗାଲୱାନ୍, ଡେପସଙ୍ଗ୍, ହଟ୍ ସ୍ପ୍ରିଙ୍ଗସ୍ ଇତ୍ୟାଦି ସୀମା ପ୍ରସଙ୍ଗ ରହିଛି। ତେବେ ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେ‌ଇଥିବା ଏକ ସ୍ୱଳ୍ପ ପ୍ରତିକ୍ରିୟାରେ ସେ ଖୁସି ନଥିବା କହିଛନ୍ତି।  ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ କହି ସରକାର ଖସିଯିବାକୁ ଉଦ୍ୟମ କରିଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe