୧୧ ଲୋକସଭା ଓ ୭୭ ବିଧାନସଭା ଆସନ ଲାଗି କଂଗ୍ରେସର ପ୍ରାର୍ଥୀ ଖୋଜା କସରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ କସରତ ଶେଷ ହୋଇଛି। ୩ ଦିନ ଧରି ରାଜ୍ୟର ୧୧ ଲୋକସଭା ଓ ଏହାର ଅନ୍ତର୍ଗତ ୭୭ ବିଧାନସଭା ଆସନ ଲାଗି କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଆଗରେ ତଥ୍ୟ ଓ ଯୁକ୍ତି ରଖିଛନ୍ତି ଆଶାୟୀ ପ୍ରାର୍ଥୀ। ସେପଟେ ଆସନ୍ତା ସପ୍ତାହରୁ କମିଟିର ଦ୍ୱିତୀୟ ବୈଠକ ବସିବାକୁ ଥିବା ବେଳେ ଫେବୃଆରୀ ୨୫ ସୁଦ୍ଧା କମିଟି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି […]

congress

congress

Manoranjan Sial
  • Published: Friday, 15 February 2019
  • Updated: 15 February 2019, 09:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ କସରତ ଶେଷ ହୋଇଛି। ୩ ଦିନ ଧରି ରାଜ୍ୟର ୧୧ ଲୋକସଭା ଓ ଏହାର ଅନ୍ତର୍ଗତ ୭୭ ବିଧାନସଭା ଆସନ ଲାଗି କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଆଗରେ ତଥ୍ୟ ଓ ଯୁକ୍ତି ରଖିଛନ୍ତି ଆଶାୟୀ ପ୍ରାର୍ଥୀ। ସେପଟେ ଆସନ୍ତା ସପ୍ତାହରୁ କମିଟିର ଦ୍ୱିତୀୟ ବୈଠକ ବସିବାକୁ ଥିବା ବେଳେ ଫେବୃଆରୀ ୨୫ ସୁଦ୍ଧା କମିଟି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ଚୂଡ଼ାନ୍ତ ତାଲିକା ପ୍ରଦାନ କରିବ।

ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ମଧ୍ୟ ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍‌ରେ ଥିବା କଂଗ୍ରେସ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି।

ତିନି ଦିନ ଧରି କଂଗ୍ରେସ ଭବନରେ ଚାଲିଥିବା କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକରେ ଆଜି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୧୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ନେଇ ସରଗରମ୍ ଆଲୋଚନା ହୋଇଛି। ଏହି ଅବସରରେ ସ୍କ୍ରିନିଂ କମିଟି ଚେୟାରମ୍ୟାନ ଭି.ଡି. ସାଥୀସାନଙ୍କୁ ନିଜ ନିଜ ବାୟୋଡାଟା ପ୍ରଦାନ କରି ନିଜର ପତିଆରା ଜାହିର କରିଛନ୍ତି ଆଶାୟୀ ପ୍ରାର୍ଥୀ।

ସେହିଭଳି ଜୟପୁରରେ ସ୍କ୍ରିନିଂ କମିଟି ସଦସ୍ୟ ନୌଶାଦ ସୋଲାଙ୍କିଙ୍କ ଆଗରେ ନିଜ ସପକ୍ଷରେ ଦାବି ରଖିଛନ୍ତି ଜୟପୁର ଓ କୋରାପୁଟ ଲୋକସଭା ଏବଂ ଏହା ଅଧୀନରେ ଆସୁଥିବା ୧୬ ବିଧାନସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ AICC ସ୍କ୍ରିନିଂ କମିଟି ବୈଠକରେ ୧୧ ଲୋକସଭା ଓ ତତ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟି ପାଇ ସାରିଛି। ଆସନ୍ତା ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିବ। ଅବଶିଷ୍ଟ ତାଲିକା ସଂଗ୍ରହ ପରେ ଫେବୃଆରୀ ୨୫ ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପ୍ରଦାନ କରିବ ସ୍କ୍ରିନିଂ କମିଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story