ଭାରତର ପୂର୍ବତନ ଟିଟି କୋଚ୍ ଭବାନୀ ମୁଖାର୍ଜୀଙ୍କ ପରଲୋକ

ଚଣ୍ଡିଗଡ଼: ଭାରତର ପୂର୍ବତନ ଟେବୁଲ୍ ଟେନିସ୍ କୋଚ୍ ଭବାନୀ ମୁଖାର୍ଜୀଙ୍କ ଶୁକ୍ରବାର ପାକସ୍ଥଳୀ ଅସୁସ୍ଥତା କାରଣରୁ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଓ ଏକମାତ୍ର ପୁଅ ଉପସ୍ଥିତ ଥିଲେ। ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଟିଟିଏଫଆଇ)ର ସାଧାରଣ ସମ୍ପାଦକ ଏମପି ସିଂହ କହିଛନ୍ତି, ମୁଖାର୍ଜୀଙ୍କୁ ପେଟଜନିତ ସମସ୍ୟା ଥିଲା ଏବଂ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ସେ ପ୍ରଥମ ଟିଟି କୋଚ୍ ଭାବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର […]

bhawani

bhawani

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 09:17 PM IST

ଚଣ୍ଡିଗଡ଼: ଭାରତର ପୂର୍ବତନ ଟେବୁଲ୍ ଟେନିସ୍ କୋଚ୍ ଭବାନୀ ମୁଖାର୍ଜୀଙ୍କ ଶୁକ୍ରବାର ପାକସ୍ଥଳୀ ଅସୁସ୍ଥତା କାରଣରୁ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଓ ଏକମାତ୍ର ପୁଅ ଉପସ୍ଥିତ ଥିଲେ। ଟେବୁଲ୍ ଟେନିସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଟିଟିଏଫଆଇ)ର ସାଧାରଣ ସମ୍ପାଦକ ଏମପି ସିଂହ କହିଛନ୍ତି, ମୁଖାର୍ଜୀଙ୍କୁ ପେଟଜନିତ ସମସ୍ୟା ଥିଲା ଏବଂ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

ସେ ପ୍ରଥମ ଟିଟି କୋଚ୍ ଭାବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିଥିଲେ। ସେ ଅଜମେର ସ୍କୁଲ୍ ଓ କଲେଜରେ ଶିକ୍ଷାଗ୍ରହଣ କରିଥିଲେ। କୋଚିଂରେ ଡିପ୍ଲୋମା କରିବା ପରେ ୭୦ ଦଶକର ମଧ୍ୟଭାଗରେ ସେ ପଟିଆଲାରେ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍‌)ରେ ଯୋଗ ଦେଇଥିଲେ।

ଏହା ପରେ ସେ ଏନଆଇଏସ୍ ପଟିଆଲାର ମୁଖ୍ୟ କୋଚ୍ ଥିଲେ ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ କିଛି ଦିନ ପାଇଁ ଜାତୀୟ ଦଳର ମୁଖ୍ୟ କୋଚ୍ ହୋଇଥିଲେ। ମୁଖାର୍ଜୀ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କ ସହ ଯାଇଥିଲେ ଏବଂ ୩୪ ବର୍ଷ ପର୍ଯ୍ୟନ୍ତ ଟେବୁଲ୍ ଟେନିସର ସେବା କରିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରୁ ରିଟାୟର ହୋଇଥିଲେ। ତାଙ୍କୁ ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos