୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା

ଫୁଲବାଣୀ(ତ୍ରିନାଥ ସାହୁ): ଧାର ନେଇଥିବା ୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା। ପୁଲିସ ହତ୍ୟାକାରୀକୁ ଧରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ହତ୍ୟାର ଶିକାର ପୂର୍ବତନ ୱାର୍ଡମେମ୍ବର ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମର ରାଇମତି କହଁର। ଅଭିଯୁକ୍ତ ଜଣକ ସ୍ଥାନୀୟ ମାଝୀପଡ଼ା ଗ୍ରାମର ବିପିନ ଦିଗାଲ। ପୁଲିସ ସୂଚନା ମୁତାବକ, ରାଇମତି ନିଖୋଜ ହେବା ନେଇ ତାଙ୍କ ଘର ଲୋକ […]

attack-1

  • Published: Friday, 07 October 2022
  • , Updated: 07 October 2022, 07:24 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଧାର ନେଇଥିବା ୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା। ପୁଲିସ ହତ୍ୟାକାରୀକୁ ଧରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ହତ୍ୟାର ଶିକାର ପୂର୍ବତନ ୱାର୍ଡମେମ୍ବର ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମର ରାଇମତି କହଁର। ଅଭିଯୁକ୍ତ ଜଣକ ସ୍ଥାନୀୟ ମାଝୀପଡ଼ା ଗ୍ରାମର ବିପିନ ଦିଗାଲ।

ପୁଲିସ ସୂଚନା ମୁତାବକ, ରାଇମତି ନିଖୋଜ ହେବା ନେଇ ତାଙ୍କ ଘର ଲୋକ ଗତମାସ ୧୯ ତାରିଖରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଗତମାସ ୨୪ ତାରିଖରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମାଝୀପଡ଼ା ଘାଟି ତଳୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଜାଣିବା ପରେ ଏହା ପଛର କାରଣ ଓ ହତ୍ୟାକାରୀକୁ ଖୋଜିଥିଲା। ମିଳିଥିବା ସୁରାକ୍ ଆଧାରରେ ଶେଷରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ବିପିନ ଦିଗାଲକୁ ପୁଲିସ ଗିରଫ କରିଛି। ତାଙ୍କ ଠାରୁ ରାଇମତିଙ୍କ ସୁନା, ଗହଣା ମଧ୍ୟ ଜବତ କରାଯାଇଛି।

ଉଧାର ନେଇଥିବା ଟଙ୍କାକୁ ରାଇମତି ନ ଫେରାଇବାକୁ ନେଇ ବିପିନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ଶେଷରେ ସେ କୌଶଳ କ୍ରମେ ରାଇମତିଙ୍କୁ ହତ୍ୟା କରିବା ନିମନ୍ତେ ମାଝୀପଡ଼ା ଘାଟିକୁ ଡାକି ନେଇଥିଲେ। ସେଠାରେ ଏକ କାଠ ଫାଳିଆରେ ବାଡ଼େଇ ହତ୍ୟା କରିବା ପରେ ରାଇମତି ପିନ୍ଧିଥିବା ସୁନା ଗହଣାକୁ ଅଭିଯୁକ୍ତ ନେଇ ପଳାଇଥିଲେ ବୋଲି ଫିରିଙ୍ଗିଆ ଥାନା ଆଇଆଇସି ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

Related story