ପାକିସ୍ତାନର ମୁହଁ ଭାଙ୍ଗିଲା ଭାରତ: ୫ ପାକ୍‌ ସୈନ୍ୟ ନିହତ

ପୁଞ୍ଚ: ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ବଙ୍କର୍ ଧ୍ୱଂସ ହେବା ସହ ୫ ଜଣ ପାକିସ୍ତାନ ସୈନ୍ୟ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳେ କ୍ରିଷ୍ଣା ଘାଟି ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ। ଏହାର ଜବାବ ଦେଇଥିଲା ଭାରତୀୟ ସେନା। ଯାହାର ପରିଣାମ ସ୍ୱରୂପ ପାକିସ୍ତାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ସେହିପରି ଜମ୍ମୁ-କାଶ୍ମୀରର ପୁଲୱାମା […]

soldier

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 10:44 PM IST

ପୁଞ୍ଚ: ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନ ଧରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ବଙ୍କର୍ ଧ୍ୱଂସ ହେବା ସହ ୫ ଜଣ ପାକିସ୍ତାନ ସୈନ୍ୟ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳେ କ୍ରିଷ୍ଣା ଘାଟି ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ। ଏହାର ଜବାବ ଦେଇଥିଲା ଭାରତୀୟ ସେନା। ଯାହାର ପରିଣାମ ସ୍ୱରୂପ ପାକିସ୍ତାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି।

ସେହିପରି ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସେନାର ଆଉ ଏକ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲ୍ଲାର ଲାମ୍ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏତିକି ବେଳେ ଯବାନଙ୍କ  ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ପାଲଟା ଜବାବ ଦେଇଥିଲେ ଭାରତୀୟ ଯବାନ। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ନିହତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ସୂଚନା ମିଳିଛି।

ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି। ଏହି ଏନ୍‌କାଉଣ୍ଟରରେ ରାଜ୍ୟ ପୋଲିସର ଅଧିକାରୀ ଲତିଫ୍ ଗୋଜରୀ ସହିଦ୍ ହୋଇଛନ୍ତି।

Related story