କେନ୍ଦୁଝର ଜିଲ୍ଲା ଲହଣ୍ଡାରେ ଗୁଣିଗାରେଡ଼ି ହତ୍ୟାକାଣ୍ଡ ମାମଲା, ୨ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଲହଣ୍ଡାରେ ଗୁଣିଗାରେଡ଼ି ସନ୍ଦେହରେ ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍। ହତ୍ୟାକାଣ୍ଡ ପଛରେ ଏକ ବଡ଼ ଗ୍ରୁପ୍ ସଂପୃକ୍ତ ଥିବା କ୍ରାଇମବ୍ରାଞ୍ଚ ଏଡିଜି ବି.କେ.ଶର୍ମା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫ରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଆଜି ଷ୍ଟେଟ ଫରେନସିକ୍ ସାଇନସ୍ ଲାବ୍ରୋଟାରିର ଏକ ୩ ଜଣିଆ ଦଳ ଘଟଣାସ୍ଥଳକୁ ଯାଇଛି। ପ୍ରମାଣ ସଂଗ୍ରହରେ ଏମାନେ ଜିଲ୍ଲା ପୋଲିସକୁ ସହାୟତା କରିବେ। ଅନ୍ୟପକ୍ଷରେ ଗିରଫ ଭୟରେ ଲହଣ୍ଡା ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିଛି। ରବିବାର ରାତିରେ ଲହଣ୍ଡା ମୁଣ୍ଡାସାହିରେ ଏହି ନାରକୀୟ ଘଟଣା ଘଟିଥିଲା। ଗୁଣି ସନ୍ଦେହରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଅନ୍ୟ ଦୁଇଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ବୀଭତ୍ସ କାଣ୍ଡକୁ ରାଜ୍ୟ ପୋଲିସ୍ ରେଡ୍ ଫ୍ଲ।ଗ ଶ୍ରେଣୀଭୁକ୍ତ କରିଥିବାରୁ କ୍ରାଇମବ୍ରାଞ୍ଚ ପୁରା ମାମଲାର ତନାଘନା କରୁଛି।