ରାଉରକେଲା(ଓଡ଼ିଶା ରିପୋର୍ଟର): ପାକିସ୍ତାନ ଜେଲରେ ୨୫ ବର୍ଷ ରହିବା ପରେ ନିଜ ଭିଟାମାଟିକୁ ଫେରିଛନ୍ତି ବିର୍ଜୁ କୁଲୁ। ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଦିନ ପରେ ତାଙ୍କୁ ସହାୟତା ଯୋଗାଇଛି ପ୍ରଶାସନ। ବିର୍ଜୁଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଛି । ଏଥିସହ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି । ସେହିପରି ବିର୍ଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ମଧ୍ୟ ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ପିଡି ଡିଆରଡିଓ ପହଞ୍ଚି ତାଙ୍କୁ ଭେଟିଛନ୍ତି। ଗତକାଲି ବିର୍ଜୁ କୁତ୍ରା ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଅମୃତସରରୁ ଓଡ଼ିଶା ଅଣାଯାଇଥିଲା । ପାକିସ୍ତାନ ଜେଲରେ ୨୫ ବର୍ଷ ଧରି ରହିବା ପରେ ସ୍ୱେଦେଶ ଫେରିଛନ୍ତି ବିର୍ଜୁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।