ବିମୁଦ୍ରାକରଣ ପରେ ପ୍ରଥମଥର ପାଇଁ ମନ୍‌ କି ବାତ୍‌ରେ ମୋଦି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଆଜି ପ୍ରଥମଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଚଳିତ ବର୍ଷ ଯବାନଙ୍କ ସହ ଦୀପାବଳୀ ପାଳନ କରି ବେଶ୍‌ ଖୁସି ଲାଗିଲା ବୋଲି ମୋଦି କହିଛନ୍ତି। ଶିକ୍ଷା ଜରିଆରେ ବିକାଶ ପାଇଁ କାଶ୍ମୀର ଯୁବବର୍ଗ ଚାହୁଁଛନ୍ତି। ଦେଶର ସଂସ୍କାର ପାଇଁ ନଭେମ୍ବର ୮ରୁ ମହାଅଭିଯାନ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ, ବିମୁଦ୍ରାକରଣ ଯୋଗୁଁ ଲୋକମାନେ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି ତାହା ସେ ବୁଝି ପାରୁଛନ୍ତି […]

modi-mann-ki-baat

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 03:35 PM IST

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଆଜି ପ୍ରଥମଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଚଳିତ ବର୍ଷ ଯବାନଙ୍କ ସହ ଦୀପାବଳୀ ପାଳନ କରି ବେଶ୍‌ ଖୁସି ଲାଗିଲା ବୋଲି ମୋଦି କହିଛନ୍ତି। ଶିକ୍ଷା ଜରିଆରେ ବିକାଶ ପାଇଁ କାଶ୍ମୀର ଯୁବବର୍ଗ ଚାହୁଁଛନ୍ତି। ଦେଶର ସଂସ୍କାର ପାଇଁ ନଭେମ୍ବର ୮ରୁ ମହାଅଭିଯାନ ଆରମ୍ଭ ହୋଇଛି।

କେବଳ ଏତିକି ନୁହେଁ, ବିମୁଦ୍ରାକରଣ ଯୋଗୁଁ ଲୋକମାନେ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି ତାହା ସେ ବୁଝି ପାରୁଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ୫୦୦ ଓ୧୦୦୦ ଟଙ୍କିଆ ଅଚଳ ନିଷ୍ପତି ଦେଶର ସ୍ୱାର୍ଥ ପାଇଁ ନିଆଯାଛି। ଦେଶର ବିକାଶକୁ ଭଲ ଭାବେ ବୁଝି ଦେଶବାସୀ ଏହାର ସମର୍ଥନ କରିଛନ୍ତି। ମୁଦ୍ରା ଯୋଜନାର ଋଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଫାଇଦା ଦେଇଥିବା ମୋଦି କହିଛନ୍ତି। ଏହା ସହିତ କ୍ୟାସ୍‌ଲେସ୍ କାରବାର ବୃଦ୍ଧି ପାଇଁ ମୋଦି ଆହ୍ୱାନ ଦେଇଛନ୍ତି।

Related story