କୋଲକାତା: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। ପଞ୍ଚମ ପର୍ଯ୍ୟାୟରେ ଲକଡାଉନ୍ ହେବ କି ନାହିଁ ସେ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଜୁନ୍ ୧ରୁ ଧାର୍ମିକ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିବା ସୂଚନା ରହିଛି। ମାର୍ଚ୍ଚ ୨୫ରୁ ଦେଶ ଲକଡାଉନ୍ ରହିଥିବାରୁ ମନ୍ଦିର, ମସଜିଦ ଆଦି ଧାର୍ମିକ ସ୍ଥଳୀରେ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।
https://twitter.com/ANI/status/1266325068734271488
ଶୁକ୍ରବାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ କରିଥିଲେ। ଏହି ସମୟରେ ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ମମତା ବାନାର୍ଜୀ। ହେଲେ ୧୦ରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି।