Advertisment

'ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖା ୫ ଲକ୍ଷ ଟପିବ'

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁର କମ୍ୟୁନିଟି ଟ୍ରାନ୍ସମିସନ ବା ସାମୁହିକ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଉପସ୍ଥିତ ଥିଲେ। ଏହି ଅବସରରେ ମନୀଷ ସିସୋଦିଆ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତି ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ସିସୋଦିଆ ସୂଚନା ଦେଇ କହିଛନ୍ତି ଯେ, […]

'ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖା ୫ ଲକ୍ଷ ଟପିବ'

manish-sisodia

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁର କମ୍ୟୁନିଟି ଟ୍ରାନ୍ସମିସନ ବା ସାମୁହିକ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଉପସ୍ଥିତ ଥିଲେ। ଏହି ଅବସରରେ ମନୀଷ ସିସୋଦିଆ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତି ଉପରେ ଗୁରୁତ୍ୱାରୋପ କରିଥିଲେ।

Advertisment

ବୈଠକ ପରେ ସିସୋଦିଆ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଖୁବ୍ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପୁଛି। ପରିସ୍ଥିତି ଦେଖି ଜୁନ ୩୦ ସୁଦ୍ଧା ହସ୍ପିଟାଲରେ ୧୫ ହଜାର ବେଡ୍, ଜୁଲାଇ ୩୧ ସୁଦ୍ଧା ୮୦ ହଜାର ବେଡ୍ ଆବଶ୍ୟକ ପଡ଼ିପାରେ। ତେବେ ଜୁଲାଇ ୩୧ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହେବ ବୋଲି ସିସୋଦିଆ କହିଛନ୍ତି।

ସିସୋଦିଆ ପୁଣି କହିଛନ୍ତି, ଦିଲ୍ଲୀରେ କରୋନା ଭୂତାଣୁ କମ୍ୟୁନିଟି ସଂକ୍ରମଣ ରୂପ ନେଲାଣି। କିନ୍ତୁ ବୈଠକରେ ଉପସ୍ଥିତ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଏହାକୁ ସ୍ୱୀକାର କଲେନାହିଁ। ସେମାନେ ଦିଲ୍ଲୀରେ କମ୍ୟୁନିଟି ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି। ତେବେ ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇସାରିଛି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ଏତେ ସଂଖ୍ୟକ ବେଡ୍ କିଭଳି ବ୍ୟବସ୍ଥା କରାଯାଇପାରିବ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ବୋଲି ସିସୋଦିଆ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀରେ ବଢ଼ୁଥିବା କରୋନା ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ସରକାରୀ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲଗୁ଼ଡ଼ିକରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା କରିବାକୁ କେଜ୍ରିଓ୍ୱାଲ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହି ନିଷ୍ପତ୍ତିକୁ ଉପରାଜ୍ୟପାଳଙ୍କ ସ୍ୱୀକୃତି ମିଳିଲା ନାହିଁ। ଏହାପରେ ଏହି ପ୍ରସଙ୍ଗକୁ ବୈଠକରେ ରଖିଥିଲେ ସିସୋଦିଆ।

ସେ ଉପରାଜ୍ୟପାଳଙ୍କୁ ପ୍ରଶ୍ନ କରିଥିଲେ, ୧୨-୧୩ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ୱିଗୁଣ ହେଉଛି। ଜୁନ ୩୦ ସୁଦ୍ଧା ୧୫ ହଜାର ବେଡ୍ ଆବଶ୍ୟକ ହେବ। ସେହିଭଳି ଜୁନ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁବ। ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ପାଇଁ କିଭଳି ହସ୍ପିଟାଲରେ ବେଡ୍ ବ୍ୟବସ୍ଥା କରାଯିବ ଏନେଇ କୌଣସି ସମାଧାନ ଚିନ୍ତା କରିଛନ୍ତି କି?

ତେବେ ତାଙ୍କ ପ୍ରଶ୍ନର ରାଜ୍ୟପାଳ କୌଣସି ଉତ୍ତର ରଖିପାରି ନଥିବା ସିସୋଦିଆ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe