୧୦ରେ ରାହୁଲ, ୧୭ରେ ସ୍ମୃତି ଇରାନୀ ଆମେଥି ଆସନ ପାଇଁ ନାମାଙ୍କନ ଭରିବେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏପ୍ରିଲ ୧୦ ତାରିଖରେ, ବିଜେପିରୁ ସ୍ମୃତି ଇରାନୀ ୧୭ ତାରିଖରେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ରାହୁଲ ନାମାଙ୍କନ ଭରିବା ବେଳେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ମାଆ ସୋନିଆ ଗାନ୍ଧି ଉପସ୍ଥିତ ରହିବେ। କଂଗ୍ରେସ ମୁଖପାତ୍ର ଅନୀଲ ସିଂହ ଏହି ସୂଚନା ଦେଇଛନ୍ତି। ଆମେଥି ଲୋକସଭା ଆସନ ପାଇଁ ମେ ୬ ତାରିଖର ଭୋଟ […]

smruti irani rahul gandhi

Subhransu Sekhar
  • Published: Saturday, 06 April 2019
  • , Updated: 06 April 2019, 10:22 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏପ୍ରିଲ ୧୦ ତାରିଖରେ, ବିଜେପିରୁ ସ୍ମୃତି ଇରାନୀ ୧୭ ତାରିଖରେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ରାହୁଲ ନାମାଙ୍କନ ଭରିବା ବେଳେ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ମାଆ ସୋନିଆ ଗାନ୍ଧି ଉପସ୍ଥିତ ରହିବେ। କଂଗ୍ରେସ ମୁଖପାତ୍ର ଅନୀଲ ସିଂହ ଏହି ସୂଚନା ଦେଇଛନ୍ତି।

ଆମେଥି ଲୋକସଭା ଆସନ ପାଇଁ ମେ ୬ ତାରିଖର ଭୋଟ ଗ୍ରହଣ ହେବ। ତେବେ ୧୦ ଏପ୍ରିଲରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ରାହୁଲ ଗାନ୍ଧି ନାମାଙ୍କନ ଭରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ନାମାଙ୍କନ ଭରିବା ପୂର୍ବରୁ ଭଉଣୀ ଓ ମାଆଙ୍କ ସହିତ ମିଶି ଆମେଥିରେ ଏକ ବିଶାଳ ରୋଡ଼’ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଚଳିତଥର ଦୁଇଟି ଆସନରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି। କେରଳ ୱାୟାନାଡ଼ ଆସନ ପାଇଁ ଗୁରୁବାର ଦିନ ନାମାଙ୍କନ ଭରିଥିବାବେଳେ ୧୦ ତାରିଖରେ ଆମେଥି ଆସନ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେହିପରି ୟୁପିଏ ଅଧ୍ୟକ୍ଷ ତଥା ରାହୁଲଙ୍କ ମାଆ ସୋନିଆ ୧୧ ତାରିଖରେ ରାଏବରେଲି ଆସନ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି।

Related story