କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି କବିତାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ଘର ସମେତ ୬ଟି ସ୍ଥାନରେ ଚଢ଼ଉ ବେଳେ ତାଙ୍କର ୪ କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । କବିତାଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଛି । […]

anganwari-worker

Tapas Behera
  • Published: Wednesday, 15 September 2021
  • , Updated: 15 September 2021, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି କବିତାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ଘର ସମେତ ୬ଟି ସ୍ଥାନରେ ଚଢ଼ଉ ବେଳେ ତାଙ୍କର ୪ କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । କବିତାଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଛି । ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି ।

ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ପ୍ଲଟ୍।  ସେହିପରି ଜଗତସିଂହପୁରରୁ ୩ଟି ଏବଂ ବାଲିଅନ୍ତାରୁ ଗୋଟିଏ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିର ସଂପତ୍ତି ଠାବ ହୋଇଛି। ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି। ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି। ଆଜି ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନ୍ସପେର ରେଡ୍‌ କରିଥିଲେ। ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା। ଏହା ପରେ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକ କାଳିନ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଦିଦିଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି।

ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି କବିତା। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ମୋର  ଆୟ ବହିର୍ଭୂତ ସମ୍ପତ୍ତି ନାହିଁ । ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି। ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ମଧ୍ୟ ଅଛି।

Related story