ଚେନ୍ନାଇ ଆଇପିଏଲ୍‌ ଚାମ୍ପିଅନ

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲ୍‌ ୨୦୧୮ ଚାମ୍ପିଅନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌। ଓପନର୍‌ ସେନ୍‌ ୱାଟସନ୍‌ଙ୍କ ଶତକୀୟ ପାରି ବଳରେ ଚେନ୍ନାଇ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଚେନ୍ନାଇ ପାଇଁ ମ୍ୟାଚ୍‌ ଜିତିବା ଏତେ ସହଜ ଲାଗୁ ନଥିଲା। କାରଣ ଆଗରେ ଥିଲେ ଭୁବନେଶ୍ୱର କୁମାର, ରସିଦ ଖାନ୍‌ଙ୍କ ପରି ବୋଲର। ହାଇଦ୍ରାବାଦ ବୋଲର ମଧ୍ୟ ନିଜ ଷ୍ଟାଇଲ୍‌ରେ ମ୍ୟାଚ୍‌ ଆରମ୍ଭ […]

ipl

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 10:56 PM IST

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଆଇପିଏଲ୍‌ ୨୦୧୮ ଚାମ୍ପିଅନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌। ଓପନର୍‌ ସେନ୍‌ ୱାଟସନ୍‌ଙ୍କ ଶତକୀୟ ପାରି ବଳରେ ଚେନ୍ନାଇ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କରିଛି।

୧୭୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଚେନ୍ନାଇ ପାଇଁ ମ୍ୟାଚ୍‌ ଜିତିବା ଏତେ ସହଜ ଲାଗୁ ନଥିଲା। କାରଣ ଆଗରେ ଥିଲେ ଭୁବନେଶ୍ୱର କୁମାର, ରସିଦ ଖାନ୍‌ଙ୍କ ପରି ବୋଲର। ହାଇଦ୍ରାବାଦ ବୋଲର ମଧ୍ୟ ନିଜ ଷ୍ଟାଇଲ୍‌ରେ ମ୍ୟାଚ୍‌ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଚେନ୍ନାଇ ପ୍ରଥମ ୱିକେଟ୍‌ ହରାଇଥିଲା। ହେଲେ ଏହାପରେ ଦେଖିବାକୁ ମିଳିଥିଲା ୱାଟସନ୍‌ଙ୍କ ଧୂଆଁଧାର ବ୍ୟାଟିଂ। ସେ ରାସିଦଙ୍କୁ ବାଦ୍‌ ଦେଇ ଅନ୍ୟ ସବୁ ବୋଲରଙ୍କୁ ନିର୍ଧୁମ ଛେଚି ଥିଲେ। ସେ ୫୭ ବଲ୍‌ର ସମ୍ମୁଖୀନ ହୋଇ ୮ ଛକା, ୧୧ ଚୌକା ବଳରେ ୧୧୭ ରନ୍‌ କରି ଅପରାଜିତ ରହିଥିଲେ। ସୁରେଶ ରାଇନା ୩୨ ରନ୍‌ କରିଥିଲେ।

ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଚେନ୍ନାଇ। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରିଛି। ଦଳ ପକ୍ଷରୁ ଶିଖର ଧାୱନ ୨୬ ରନ୍ କରିଥିବା ବେଳେ ଅଧିନାୟକ ୱିଲିୟମସନ୍ ୪୭ ରନ୍ କରିଛନ୍ତି। ଶକିବ ଅଲ ହାସନ ୨୩ ରନ୍ କରିଥିବା ବେଳେ ୟୁସୁଫ ପଠାନ୍ ୪୫ ରନ୍ କରି ଅପରାଜିତ ରହିଥିଲେ। ସି.ଆର୍ ବ୍ରାଥୱେଟ୍ ୨୧ ରନ୍ କରିଛନ୍ତି। ଏସ୍‌.ପି ଗୋସ୍ୱାମୀ ମାତ୍ର ୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଚେନ୍ନାଇ ପକ୍ଷରୁ ଏନ୍‌ଗିଡି, ଏସ୍‌ଏନ୍ ଠାକୁର, କେଭି ଶର୍ମା, ବ୍ରାଭୋ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story