ଏନଆଇର ଅପରେସନ ପିଏଫଆଇ ୨.୦: ପୁଣି ୮ ରାଜ୍ୟରେ ରେଡ୍, ୧୭୦ ଜଣଙ୍କୁ ଉଠାଇ ନେଲା

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଅପରେସନ ଜାରି ରହିଛି। ପୂର୍ବରୁ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିବା ଏନଆଇଏ ଏବେ ଦ୍ୱିତୀୟ ରାଉଣ୍ଡ ଅପରେସନ ଆରମ୍ଭ କରିଛି। ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍‌ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍‌ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ […]

NIA

  • Published: Tuesday, 27 September 2022
  • , Updated: 27 September 2022, 04:24 PM IST

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଅପରେସନ ଜାରି ରହିଛି। ପୂର୍ବରୁ ୧୫ ରାଜ୍ୟର ୯୩ଟି ସ୍ଥାନରେ ରେଡ କରିଥିବା ଏନଆଇଏ ଏବେ ଦ୍ୱିତୀୟ ରାଉଣ୍ଡ ଅପରେସନ ଆରମ୍ଭ କରିଛି। ସୋମବାର ମଧ୍ୟରାତ୍ରରୁ ଏନଆଇଏର ଏକାଧିକ ଟିମ୍‌ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡ୍‌ କରି ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଉଠାଇ ନେଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅଟକ ରଖି ଜେରା କରାଯାଉଛି।

ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ଅପରେସନ ଅକ୍ଟୋପସ ଅଧୀନରେ ପିଏଫଆଇ ସଦସ୍ୟଙ୍କ ଠିକଣାରେ ରେଡ କରିଛନ୍ତି। ଟେରର ଫଣ୍ଡିଂ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଏପରି ଅପରେସନ କରାଯାଉଛି। ମଙ୍ଗଳବାର ତଦନ୍ତକାରୀ ସଂସ୍ଥା ଦିଲ୍ଲୀ, କର୍ଣ୍ଣାଟକା, ଆସାମ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ରେଡ କରିଛି। ଏହି ସମୟରେ ୧୭୦ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ/ଅଟକ ରଖାଯାଇଛି। ୮ଟି ଯାକ ରାଜ୍ୟ ଓ କେନ୍ଦ୍ରଶାସିକ ଅଞ୍ଚଳରୁ ଏତେ ସଂଖ୍ୟକ ସଦସ୍ୟଙ୍କୁ ଉଠାଇ ନିଆଯାଇଛି।

ଦିଲ୍ଲୀର ଶାହୀନ ବାଗ, ନିଜାମୁଦ୍ଦିନ ଓ ଜାମିଆ ନଗରରେ ରେଡ ହୋଇଥିଲା। ଏଠାରୁ ମୋଟ ୩୦ ଜଣଙ୍କୁ ଅଟକ ରଖାଯାଇଛି। ଏନଆଇଏ ବ୍ୟତୀତ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଓ ସ୍ଥାନୀୟ ପୁଲିସ ଷ୍ଟେସନର ଅଧିକାରୀମାନେ ରେଡରେ ସାମିଲ ହୋଇଥିଲେ। ଏନଆଇଏ ରେଡ୍‌କୁ ଦୃଷ୍ଟିରେ ରଖି ଜାମିଆ ନଗରରେ ନଭେମ୍ବର ୧୭ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

କର୍ଣ୍ଣାଟକାରେ ରେଡ ବେଳେ ୭୫ ଜଣ ପିଏଫଆଇ ସଦସ୍ୟଙ୍କୁ ଏନଆଇଏ ନିଜ ହେପାଜତକୁ ନେଇଛି। ବିଦାର, ମାଙ୍ଗାଲୁରୁ, କୋଲାର, ବିଜୟପୁରା, ବାଗାଲକୋଟେ, ଚିତ୍ରଦୁର୍ଗ, ବେଲାରୀ ଓ ଚାମରାଜନଗରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଅଟକ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ପିଏଫଆଇର ଜିଲ୍ଲା ସଭାପତି ଅବଦୁଲ କରୀମ ଓ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆର ସମ୍ପାଦକ ଶେଖ ମକସୁଦ ରହିଛନ୍ତି।

ଆସାମର ୮ଟି ଜିଲ୍ଲାରେ ରେଡ କରାଯାଇଥିବା ବେଳେ ୨୫ ଜଣ, ମହାରାଷ୍ଟ୍ରରୁ ୬ ଜଣ, ଗୁଜରାଟରୁ ୧୦ ଜଣ ଓ ଉତ୍ତର ପ୍ରଦେଶରୁ ୧୦ ଜଣଙ୍କୁ ଅଟକ ରଖାଯାଇଛି। ମଧ୍ୟପ୍ରଦେଶରେ ଏନଆଇଏ ଓ ରାଜ୍ୟ ପୁଲିସ୍‌ର ଏଟିଏସ ରେଡ କରି ୨୧ ଜଣଙ୍କୁ ଗିରଫ କରିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ପିଏଫଆଇ ସଦସ୍ୟଙ୍କ ତଥ୍ୟ ଅନୁସାରେ ଆଜି ରେଡ ଏବଂ ଗିରଫଦାରୀ କରାଯାଇଥିବା ଜଣାପଡ଼ିଛି।

ସେପ୍ଟେମ୍ବର ୨୨ରେ ଏନଆଇଏ ଓ ଇଡି ୧୫ଟି ରାଜ୍ୟର ୯୩ଟି ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ମୋଟ ୧୦୬ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି।

Related story